Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ଡେଙ୍ଗୁ ସ୍ଥିତି ଅସମ୍ଭାଳ, ମେୟର ଓ କମିଶନରଙ୍କ ବିରୋଧରେ ବିଜେପିର ହଲ୍ଲାବୋଲ୍

ବିଏମସି ଅଫିସ ଘେରିଲା ବିଜେପି

ରାଜଧାନୀରେ ଡେଙ୍ଗୁ ସ୍ଥିତିକୁ ନେଇ ବିଏମସିକୁ ଘେରିଲା ବିଜେପି । ବିଏମସି କାର୍ଯ୍ୟାଳୟ ଘେରିବା ସହ ବଢ଼ୁଥିବା ଡେଙ୍ଗୁର ନିୟନ୍ତ୍ରଣରେ ବିଏମସି ବିଫଳ ହେଉଥିବା ଅଭିଯୋଗ କରି ବିଜେପିର ହଲ୍ଲାବୋଲ । ମେୟର ଓ କମିଶନରଙ୍କ ବିରୋଧରେ ଗର୍ଜିଲା ବିଜେପି । ବିଏମସି କାର୍ଯ୍ୟାଳୟ ଭିତରକୁ ମଶା ଧୂଆଁ ଛାଡ଼ିଛନ୍ତି ବିଜେପି ନେତା ।

ଗତ କିଛି ଦିନ ଧରି ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ବିଜେପି ବାରମ୍ବାର ବିଏମସିକୁ ଘେରିବା ସହ ଡେଙ୍ଗୁ ମୁକାବିଲାରେ ବିଏମସି ବିଫଳ ହୋଇଥିବା ଅଭିଯୋଗ କରିଆସୁଛି । ଏବେ ବିଏମସି କାର୍ଯ୍ୟାଳୟକୁ ମଶା ଧୁଆଁ ଛାଡ଼ିବା ସହ ସହରର ପ୍ରତି ଗଳିକନ୍ଦିକୁ ଯାଇ ମଶା ଧୂଆଁ ଛାଡିବାକୁ ଦାବି କରିଛନ୍ତି । ଏପରିକି ଭୁବନେଶ୍ୱରବାସୀଙ୍କୁ ଡେଙ୍ଗୁ ଉପହାର ଦିଆଯାଉଥିବା କହି କଟାକ୍ଷ କରିଛି ବିଜେପି ।

Show More

Related Articles

Back to top button