Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଦାମଙ୍କ ଉପରୁ ବହିଷ୍କାର ହଟାଇଲା ବିଜେଡି

ଭୁବନେଶ୍ବର: ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟିଯାଇଛି। ଦାମଙ୍କ ଉପରୁ ସୋମବାର ବହିଷ୍କାର ଆଦେଶ ହଟାଇ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ଏଠାରେ ସୂଚନାଯୋଗ୍ୟ, ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ଦାମ ରାଉତଙ୍କ ବିଜେଡିରୁ ବହିଷ୍କାର କରାଯାଇଥିଲା। ବିଜେଡିରୁ ବହିଷ୍କୃତ ହେବା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ ନିର୍ବାଚନରେ ସେ ବିଜେପି ଟିକେଟରୁ ବାଲିକୁଦା-ଏରସମାରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ଏବଂ ସେହି ବର୍ଷ ଅକ୍ଟୋବରରେ ଦଳରୁ ଇସ୍ତଫା ଦେଇଥିଲେ। ଆଗକୁ ନିର୍ବାଚନ ଥିବା ବେଳେ ଏହି ସମୟରେ ଦାମଙ୍କ ଉପରୁ ବହିଷ୍କାର ହଟାଇବାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବା ସହ ଚର୍ଚ୍ଚା ଜୋର ଧରିଛି।

Show More

Related Articles

Back to top button