Breaking PLUSଦେଶ ବିଦେଶମୁଖ୍ୟ ଖବର

ଜାପାନରେ ଆସିଲା ସୁନାମୀ

ଜାପାନରେ ଆସିଛି ସୁନାମୀ । ଏହାକୁ ନେଇ ଜାପାନ ଉପକୂଳରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।
ଜାପାନର ଏନଏଚକେ ଟିଭିର ରିପୋର୍ଟ ଅନୁସାରେ ଜାପାନର ଇସିକାଓ୍ବାର ଓ୍ବାଜିମା ଓ କାନାଓ୍ବାଜା ସହର, ଟୋୟୋମା, କାନାଓ୍ବାଜା ଆଦିରେ ସୁନାମୀର ପ୍ରଥମ ଲହର ପହଞ୍ଚିଛି । ଇସିକାଓ୍ବାରେ ୧.୨ ମିଟରର ସୁନାମୀ ଆସିଛି । ଏହା ୫ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ସତର୍କତା ଜାରି କରାଯାଇଛି । ସେହିପରି ଟୟୋମାରେ ୮୦ ସେଣ୍ଟିମିଟରର ସୁନାମୀ ଲହର ଆସିଛି । ଏଠାରେ ମଧ୍ୟ ୩ ମିଟର ଉଚ୍ଚତାର ସୁନାମୀ ଆସିପାରେ ବୋଲି ସତର୍କତା ଜାରି କରାଯାଇଛି । କାନାଓ୍ବାଜା ଓ ଓକୁସିରି ଦ୍ବୀପରେ ୭୦ ସେଣ୍ଟିମିଟର ଉଚ୍ଚତାର ଲହର ଆସିଛି । କାସିଓ୍ବାଜାକି ଓ ତବିସିମା ଉପକୂଳରେ ବି ସୁନାମୀ ଲହର ଆସିଥିବା ରିପୋର୍ଟ ଆସିଛି । ସୁନାମୀର ଲହରଗୁଡ଼ିକ ବାରମ୍ବାର ଆସିବ ଓ ବେଳକୁ ବେଳ ସେଗୁଡ଼ିକର ଉଚ୍ଚତା ବଢିପାରେ ବୋଲି ସତର୍କତା ଜାରି କରାଯାଇଛି ।

Show More

Related Articles

Back to top button