Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ସପ୍ତମ ପର୍ଯ୍ୟାୟରେ ବିଜେଡିର ବିଧାନସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର- ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ବିଜୁ ଜନତା ଦଳ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଂଜିତା ମାରାଣ୍ଡି, ବରୀରୁ ବିଶ୍ବରଂଜନ ମଲ୍ଲିଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି।

ସପ୍ତମ ପର୍ଯ୍ୟାୟରେ ମୋଟ ୬ ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଏବେ ମଧ୍ୟ ବିଜେଡି ପକ୍ଷରୁ ୬ ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଅର୍ଥାତ ଏବେ ସୁଦ୍ଧା ବିଜେଡି ୧୪୧ ଆସନ ପାଇଁ ଏହାର ଯୋଦ୍ଧାଙ୍କୁ ରଣଭୂମୀରେ ଅବତୀର୍ଣ କରି ସାରିଛି।

ଏଥିରେ ବରୀରେ ବର୍ତମାନର ବିଧାୟକ ସୁନନ୍ଦା ଦାସଙ୍କ ସ୍ଥାନରେ ନେଲେ ବିଶ୍ବରଂଜନ ମଲ୍ଲିକ ଟିକେଟ୍ ପାଇଛନ୍ତି। ଜଗତସିଂହପୁର ବାଲିକୁଦା ଏରସମାରୁ ସାରଦା ଜେନା ପ୍ରଥମ ଥର ବିଜେଡିରୁ ଲଢ଼ିବେ। ରଘୁନନ୍ଦନ ଦାସଙ୍କ ଜାଗାରେ ସାରଦା ଜେନା ପାଇଲେ ଟିକେଟ୍ ପାଇଛନ୍ତି। ସେହିଭଳି ମୟୁରଭଞ୍ଜ ବାଙ୍ଗିରିପୋଷିରେ ସୁଦାମ ମାର୍‌ଣ୍ଡିଙ୍କ ସ୍ଥାନରେ ତାଙ୍କ ସ୍ତ୍ରୀ ରଂଜିତା ମାରାଣ୍ଡି ଟିକେଟ୍ ପାଇଛନ୍ତି। ବର୍ତମାନର ଢେଙ୍କାନାଳ ଏମପି ମହେଶ ସାହୁ ହିନ୍ଦୋଳରେ ପ୍ରଥମ ଥର ପାଇଁ ଲଢ଼ିବେ। ସୀମା ନାୟକଙ୍କ ଜାଗାରେ ମହେଶଙ୍କୁ ଟିକେଟ ମିଳିଛି। ରଘୁନାଥପାଲୀରେ ସୁବ୍ରତ ତରାଇଙ୍କ ସ୍ଥାନରେ ଅର୍ଚ୍ଚନା ବେହେରା ସୁବ୍ରତ ତରାଇଙ୍କ ସ୍ଥାନରେ ଟିକେଟ୍ ପାଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button