ଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

ପୁଣି କରୋନା ପଜିଟିଭ୍ ବିଲ୍ ଗେଟ୍ସ

ନ୍ୟୁୟର୍କ : ପୁଣି କରୋନା ପଜିଟିଭ୍ ବିଲ୍ ଗେଟ୍ସ । ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଭାବରେ ଜଣାଶୁଣା ତଥା ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ବିଲ୍ ଗେଟ୍ସ ପୁଣିଥରେ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ନିଜେ ଆଜି ଟ୍ବିଟ୍ କରି ଏହି ସୂଚନା ଦେବାସହ ଲେଖିଛନ୍ତି ଯେ, ତାଙ୍କ ରିପୋର୍ଟ ପୁଣିଥରେ କରୋନା ପଜିଟିଭ୍ ଆସିଛି ଏବଂ ତାଙ୍କଠାରେ ସାମାନ୍ୟ ଲକ୍ଷଣ ରହିଛି । କରୋନା ସଂକ୍ରମିତ ହେବା ପରେ ବିଲ୍ ଗେଟ୍ସ ନିଜକୁ ଆଇସୋଲେଟ୍ କରିଛନ୍ତି ।

ସୂଚନା ଯୋଗ୍ୟ ଯେ , ବିଲ୍ ଗେଟ୍ସ କରୋନାର ସଂପୂର୍ଣ୍ଣ ଟିକା ନେବା ସହ ନିକଟରେ ବୁଷ୍ଟର ଡୋଜ୍ ମଧ୍ୟ ନେଇସାରିଛନ୍ତି । ସାମାନ୍ୟ ଲକ୍ଷଣ ପରିଲକ୍ଷିତ ଯୋଗୁଁ ସେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତେବେ ବୁଧବାର ତାଙ୍କ ରିପୋର୍ଟ  କରୋନା ପଜିଟିଭ୍ ଆସିଛି । ଯେପର୍ଯ୍ୟନ୍ତ ସେ ସୁସ୍ଥ ନ ହୋଇଯାଇଛନ୍ତି ସେପର୍ଯ୍ୟନ୍ତ ସେ ଆଇସୋଲେସନ୍‌ରେ ରହିବେ ଏବଂ ଡାକ୍ତରଙ୍କ ପରାମର୍ଶ ନେବେ ବୋଲି କହିଛନ୍ତି ।

Show More

Related Articles

Back to top button