ଓଡ଼ିଶା

ମୁହଁରେ ଚମକ ଆଣିବ ଅଣ୍ଡା

ଜାଣନ୍ତୁ ବ୍ୟବହାର କରିବାର ସଠିକ୍ ଉପାୟ

ସୁନ୍ଦର ଚେହେରା ସମସ୍ତେ ଚାହାଁନ୍ତି । କିନ୍ତୁ ବରିବର୍ତ୍ତିତ ଜୀବନଶୈଳୀ ଏବଂ ପ୍ରଦୂଷଣ ଯୋଗୁଁ ଅନେକ ପ୍ରକାରର ସମସ୍ୟା ଦେଖିବାକୁ ମିଳିଥାଏ । ଅନେକ ଲୋକଙ୍କ ମୁହଁରେ ଦାଗ ମଧ୍ୟ ହୋଇଯାଇଥାଏ । ଏମିତିରେ ସେମାନଙ୍କ ମୁହଁକୁ ପୁଣି ଦାଗହୀନ କରିବା ପାଇଁ ଅନେକ ପ୍ରକାରର ଉପାୟ ଅବଲମ୍ବନ କରନ୍ତି । କେବଳ ଏତିକି ନୁହେଁ ମୁହଁରେ ଚମକ ଆଣିବା ପାଇଁ ଅନେକ ଲୋକ ଅନେକ ପ୍ରକାରର ଚେଷ୍ଟା କରନ୍ତି ।ତେବେ ଆପଣ ଜାଣନ୍ତି କି ଅଣ୍ଡା ଦ୍ବାରା ମଧ୍ୟ ଆପଣଙ୍କ ମୁହଁରେ ଚମକା ଆସିପାରେ । ଆପଣ ଭାବୁଥିବେ ଯେ ଅଣ୍ଡା ଦ୍ବାରା କିପରି ମୁହଁରେ ଚମକ ଆଣିଫାରିବ । ତେବେ ଆସନ୍ତୁ ଜାଣିବା କିପରି ମୁହଁରେ ଅଣ୍ଡା ବ୍ୟବହାର କରିବେ ।

ପ୍ରଥମେ ଅଣ୍ଡାକୁ ଏକ ପାତ୍ରରେ ଭାଙ୍ଗଦିଅନ୍ତୁ । ଏହାପରେ ଏହାକୁ ଏକ ଚାମଚରେ ଭଲ ଭାବରେ ମିଶାଇ ଦିଅନ୍ତୁ । କିଛି ସମୟ ପାତ୍ରରେ ରଖିବା ପରେ ଏହାକୁ ଆପଣ ମୁହଁରେ ଲଗାନ୍ତୁ । କିଛି ସମୟ ମୁହଁରେ ରଖିବା ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ । ଏହା କରିବା ପରେ ଆପଣ ନିଜେ ଅନୁଭବ କରିବେ ଯେ ଆପଣଙ୍କ ମୁଁହ ଉଜ୍ଵଳ ଦେଖାଯାଉଛି । ଏହାକୁ ମୁହଁରେ ଲଗାଇବା ପରେ ଗନ୍ଧ ନିଶ୍ଚିତ ଆସିପାରେ । ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଅଣ୍ଡାର ହଳଦିଆ ଅଂଶକୁ ବାହାର କରିପାରିବେ ।

ଆପଣ ଅଣ୍ଡାକୁ ମୁହଁରେ ଲଗାଇବା ମାତ୍ରେ ଆପଣଙ୍କ ମୁଁହ ଟାଇଟ୍ ହୋଇଯିବ । ମୁହଁରେ ଗ୍ଲୋ ଆସିବା ସହ ଦାଗ, ବ୍ଲାକ୍ ହେଡ୍ସ ମଧ୍ୟ ଦୂର ହୋଇଯିବ । କୁଣ୍ଡେଇ ହେଉଥିଲେ ତାକୁ ଦୂର କରିବାକୁ ଅଣ୍ଡା ଫେସ୍ ପ୍ୟାକ୍ ଅତ୍ୟନ୍ତ ଲାଭଦାୟକ ।

Show More

Related Articles

Back to top button