Breaking PLUSଦେଶପାଣିପାଗମୁଖ୍ୟ ଖବର

ରାଜଧାନୀରେ ବର୍ଷା ଲାଗିରହିଥିବାରୁ, ତଳିଆ ଅଞ୍ଚଳ ବୁଲି ଦେଖିଲେ ମେୟର

ଭୁବନେଶ୍ୱର : ବାତ୍ୟା ଅସାନୀର ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଲାଗିରହିଛି ପ୍ରବଳ ବର୍ଷା । ବର୍ଷା ଲାଗି ରହିଲେ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି । ତେଣୁ ସକାଳୁ ତଳିଆ ଅଞ୍ଚଳ ବୁଲି ଦେଖିଲେ ବିଏମ୍‌ସି ମେୟର ସୁଲୋଚନା ଦାସ । ସୂଚନା ଅନୁସାରେ, ମଙ୍ଗଳବାର ରାତିରୁ ଭୁବନେଶ୍ୱର ଅଞ୍ଚଳରେ ବର୍ଷା ଲାଗି ରହିଛି । ଯାହାକୁ ନେଇ ଭୁବନେଶ୍ୱରର ବିଭିନ୍ନ ତଳିଆ ଅଞ୍ଚଳର ସ୍ଥିତି ବୁଲି ସମୀକ୍ଷା କରିଛନ୍ତି ମେୟର ସୁଲୋଚନା ଦାସ। ସାଙ୍ଗରେ କର୍ପୋରେଟର ଓ ବିଏମସିର ବିଭାଗୀୟ ଯନ୍ତ୍ରୀ ମଧ୍ୟ ରହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ସେଭଳି କୌଣସି ସ୍ଥିତି ଉପୁଜି ନାହିଁ। ପାଣି ଜମା ହୋଇନାହିଁ କି ଅସୁବିଧା ହୋଇନାହିଁ। ସମସ୍ତ ଅଞ୍ଚଳକୁ ମେୟର ନିଜେ ବୁଲୁଛନ୍ତି ଏବଂ ବିଏମ୍‌ସି ଅଧିକାରୀ ବି ବୁଲି ଦେଖୁଛନ୍ତି। ସମ୍ବେଦନଶୀଳ ଜାଗାରେ ମୋଟର ପମ୍ପ ମହଜୁଦ ରହିଛି। ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ଯଦି ସମସ୍ୟା ହୁଏ । ସେହିପରି ପାଣିପାଗ ବିଭାଗ କହିବା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହେବ ବୋଲି କୁହାଯାଇଛି। ଯଦି ତଳୁଆ ଅଞ୍ଚଳ କି ବସ୍ତିରେ ପାଣି ଜମେ, ତେବେ ଲୋକଙ୍କୁ ସ୍ଥାନାନ୍ତର କରିବା ନେଇ ଆଶ୍ରୟ ସ୍ଥଳ ପ୍ରସ୍ତୁତ ରହିଛି ଓ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି।

Show More

Related Articles

Back to top button