ଦେଶ ବିଦେଶମୁଖ୍ୟ ଖବର

ବିହାର ସରକାର: ଜାନୁଆରୀ ୪ ତାରିଖରୁ ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ

ବିହାରରେ ୯ମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବାକୁ ଆଉ ସପ୍ତାହେ ବାକି ଅଛି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜାନୁଆରୀ ୪ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ ।

ସମସ୍ତ ସରକାରୀ ଏବଂ ଘରୋଇ ବିଦ୍ୟାଳୟଗୁଡିକ ଆବଶ୍ୟକୀୟ ବ୍ୟବସ୍ଥା କରିବା ଏବଂ ପାଠପଢା ପୁଣି ଥରେ ଆରମ୍ଭ କରିବାକୁ କୋଭିଡ୍-୧୯ ସୁରକ୍ଷା ପ୍ରୋଟୋକଲକୁ କଡାକଡି କରାଯାଇଛି ।ରାଜ୍ୟ ଶିକ୍ଷା ବିଭାଗ ସରକାରୀ ସ୍କୁଲରେ ପଢୁଥିବା ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦୁଇଟି ମାସ୍କ ପ୍ରଦାନ କରିବାକୁ ୭୩ଲକ୍ଷରୁ ଅଧିକ ଫେସ୍ ମାସ୍କ କ୍ରୟ କରିବାକୁ ପ୍ରସ୍ତୁତ ଅଛନ୍ତି । ଶିକ୍ଷା ବିଭାଗ ଅନୁସାରେ ୯ମରୁ ଦ୍ବାଦଶ ଶ୍ରେଣୀର ପ୍ରାୟ ୩୬.୬୧ଲକ୍ଷ ଛାତ୍ର ରେଜିଷ୍ଟ୍ରେସନ କରିଛନ୍ତ ।

ସେଥିମଧ୍ୟରୁ ୩.୧୭ ଲକ୍ଷ ଛାତ୍ର ପାଟଣାରୁ ରହିଛନ୍ତି ।ଶିକ୍ଷା ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର କହିଛନ୍ତି ଯେ, ଆମେ ସରକାରୀ ସ୍କୁଲରେ ଆବଶ୍ୟକ ଫେସ୍ ମାସ୍କ ପ୍ରଦାନ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଶ୍ରେଣୀରେ ନାମାଙ୍କନ ସୂଚୀ ପ୍ରକାଶିତ କରାଯାଇଛି । ଗତ ଶିକ୍ଷାବର୍ଷର ନାମାଙ୍କନ ଆଧାରରେ ୩୮ ଜିଲ୍ଲାରେ ୯ମରୁ ଦ୍ବାଦଶ ଶ୍ରେଣୀରେ ୩୬,୬୧୯୪୨ଛାତ୍ର ନାମାଙ୍କନ କରିବେ ବୋଲି ଆକଳନ କରାଯାଉଛି । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମାସ୍କ ପ୍ରଦାନ କରାଯିବ । ଅର୍ଥାତ୍ ଆବଶ୍ୟକତାକୁ ପୂରା କରିବା ପାଇଁ ୭୩ ଲକ୍ଷରୁ ଅଧିକ ଫେସ୍ ମାସ୍କ ଆବଶ୍ୟକ ରହିଛି ।

Show More

Related Articles

Back to top button