ଦେଶ ବିଦେଶବାଣିଜ୍ୟ

୭୦୦ ଟଙ୍କାର ଗ୍ୟାସ୍ ସିଲିଣ୍ଡର ଏବେ ୨୦୦ ଟଙ୍କାରେ !

ଶେଷ ଦିନରେ ଉଠାଇପାରିବେ ଏମିିତି ଲାଭ

୭୦୦ ଟଙ୍କାରେ ବିକ୍ରି ହେଉଥିବା ରୋଷେଇ ଗ୍ୟାସ୍ ସିଲିଣ୍ଡରକୁ ଆଜି ଆପଣ ମାତ୍ର ୨୦୦ଟଙ୍କାରେ କ୍ରୟ କରିପାରିବେ । ଅର୍ଥାତ୍ ଗ୍ୟାସ୍ ସିଲିଣ୍ଡର ପିଛା ୫୦୦ ଟଙ୍କା ପର୍ଯ୍ୟନ୍ତ ଛାଡ ପାଇବାର ମୌକା ରହିଛି । ନୂଆବର୍ଷରେ ଏହାକୁ ଆପଣ ପୁରୁଣା ମୂଲ୍ୟରେ ହିଁ କ୍ରୟ କରିବେ । ସରକାର ଏଲପିଜି ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି । ଫଳରେ ବିନା ସବସିଡି ୧୪.୨ କିଲୋ ଏଲପିଜି ସିଲିଣ୍ଡର ମୂଲ୍ୟ ୬୪୪ ଟଙ୍କାରୁ ବୃଦ୍ଧି ପାଇ ୬୯୪ରେ ପହଞ୍ଚିଯାଇଛି । ଏହାସହ ଦ୍ବିତୀୟ ଥର ପାଇଁ ସିଲିଣ୍ଡର ଦାମ୍ ବୃଦ୍ଧି ପାଇଥିଲା । ଏହା ପୂର୍ବରୁ ଡିସେମ୍ବର ୧ ତାରିଖରେ ମଧ୍ୟ ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଥିଲା ।ଏହି ଅଫରର ଲାଭ ଉଠାଇବା ପାଇଁ ଆପଣଙ୍କୁ Paytmରୁ ଆପଣଙ୍କ ଗ୍ୟାସ୍ ସିଲିଣ୍ଡର ବୁକ୍ କରି ୫୦୦ ଟଙ୍କାର କ୍ୟାସ୍ ବ୍ୟାକ୍ ପାଇପାରିବେ । ଦେଶର ଅଧିକାଂଶ ଅଞ୍ଚଳରେ ଯେଉଁଠାରେ ଏଲପିଜି ସିଲିଣ୍ଡର ସବସିଡି ପରେ ୭୦୦ରୁ ୭୫୦ ଟଙ୍କା ମଧ୍ୟରେ ରହିଛି, ଏମିତିରେ Paytmର କ୍ୟାସ୍ ବ୍ୟାକ୍ ର ଲାଭ ଉଠାଇପାରିବେ । ୨୦୦ରୁ ୨୫୦ରେ ଆପଣ ଗ୍ୟାସ୍ ସିଲିଣ୍ଡର ପାଇପାରିବେ । ସମସ୍ତ ଏଜେନ୍ସୀର ସିଲିଣ୍ଡର ଉପରେ ଏହି ଅଫରର ଲାଭ ଉଠାଇପାରିବେ ।

Paytmରୁ ୫୦୦ଟଙ୍କା ସଞ୍ଚୟ କରିବାକୁ ଏହି ଟିପ୍ସକୁ ଅନୁସରଣ କରନ୍ତୁ :

– ଯଦି ଆପଣଙ୍କ ଫୋନରେ Paytm ଆପ୍ ନାହିଁ ତେବେ ପ୍ରଥମେ ଏହାକୁ ଡାଉନଲୋଡ୍ କରନ୍ତୁ ।

– ବର୍ତ୍ତମାନ ଆପଣଙ୍କ ଫୋନରେ Paytm ଆପ୍ ଖୋଲନ୍ତୁ ।

-ଏହା ପରେ, ‘ରିଚାର୍ଜ ଆଣ୍ଡ୍ ପେ ବିଲ୍ସ’ କୁ ଯାଆନ୍ତୁ ।

– ଏବେ ‘ବୁକ୍ ଏ ସିଲିଣ୍ଡର’ ଅପ୍ସନ୍ ଖୋଲନ୍ତୁ ।

– ଭାରତ ଗ୍ୟାସ୍, ଏଚପି ଗ୍ୟାସ୍ କିମ୍ବା ଇଣ୍ଡେନରୁ ଆପଣ ଗ୍ୟାସ୍ ପ୍ରୋଭାଇଡର ବାଛନ୍ତୁ ।

– ପଞ୍ଜୀକୃତ ମୋବାଇଲ୍ ନମ୍ବର କିମ୍ବା ଆପଣଙ୍କର LPG ID ଏଣ୍ଟ୍ରି କରନ୍ତୁ ।

– ଏହାପରେ, ଆପଣଙ୍କୁ ପେମେଣ୍ଟ ବିକଳ୍ପ ଦେଖାଇବ ।

– ତାପରେ ପେମେଣ୍ଟ କରିବା ପୂର୍ବରୁ ଅଫରରେ ‘FIRSTLPG’ ପ୍ରୋମୋ କୋଡ୍ ଏଣ୍ଟ୍ରି କରନ୍ତୁ ।

Show More

Related Articles

Back to top button