Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରେମ ସମ୍ପର୍କକୁ ସ୍ୱୀକୃତି ଦେଲାନି ସମାଜ, ଗଛରେ ଝୁଲି ପଡିଲେ ପ୍ରେମୀ ଯୁଗଳ

ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ । ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଏମଭି-୪୨ ଗାଁରେ ଗୁରୁବାର ଘଟିଛି ଘଟଣା। ମୃତ ଯୁବକ ଏମ୍‌ଭି-୯ ଅଞ୍ଚଳର ହୋଇଥିବା ବେଳେ ଯୁବତୀ ଜଣଙ୍କ ଏମ୍‌ଭି-୪୨ ଅଞ୍ଚଳର ବୋଲି ଜଣାପଡିଛି ।

ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ । ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଏମଭି-୪୨ ଗାଁରେ ଗୁରୁବାର ଘଟିଛି ଘଟଣା। ମୃତ ଯୁବକ ଏମ୍‌ଭି-୯ ଅଞ୍ଚଳର ହୋଇଥିବା ବେଳେ ଯୁବତୀ ଜଣଙ୍କ ଏମ୍‌ଭି-୪୨ ଅଞ୍ଚଳର ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ଗାଁ ନିକଟରେ ଥିବା ଏକ ଗଛରେ ଉଭୟ ଯୁବକ ଓ ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ସାରା ଗାଁରେ ଖବର ପ୍ରଚାରିତ ହୋଇଯାଇଥିଲେ । ଏନେଇ ଗାଁଲୋକେ ପୋଲିସକୁ ଖବର ଦେଇଛନ୍ତି ।

ସୂଚନା ଯେ, ଉଭୟ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଏପରିକି ଦୁହେଁ ଗୋଟେ ମନ୍ଦିରରେ ବାହା ହୋଇ ଆତ୍ମହତ୍ୟା କରିଥିବା ମଧ୍ୟ ସନ୍ଦେହ କରାଯାଉଛି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଆଶଙ୍କା କରାଯାଉଛି । ମାଲକାନଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ ଜାରି ରଖିଛି । ଉଭୟ ପରିବାର ପକ୍ଷରୁ ଏମାନଙ୍କ ପ୍ରେମ ସମ୍ପର୍କ ଓ ବିବାହକୁ ନେଇ ମତାନ୍ତର ରହି ଥିବାରୁ ଏହି ପ୍ରେମୀ ଯୁଗଳ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ପ୍ରକୃତରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

Show More

Related Articles

Back to top button