ଦେଶ ବିଦେଶ

ଋଷିଆକୁ ଝଟକା, ଟିଭି ଚ୍ୟାନେଲ୍‌ ଉପରେ ପ୍ରତିବନ୍ଧକ ଲଗାଇଲା ୟୁଟ୍ୟୁବ୍‌

ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ବର୍ତ୍ତମାନ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଦେକିବାକୁ ମିଳିଛି । ଏହାକୁ ନେଇ ଆମେରିକା ଏବଂ ତା ସହଯୋଗୀମାନେ ରୁଷ ଉପରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଉଛନ୍ତି । ଅନେକ ବଡ କମ୍ପାନୀ ମଧ୍ୟ ଋଷ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଫେସ୍‌ବୁକ୍‌ ପରେ ବର୍ତ୍ତମାନ ଏହି ନିଷେଧା ଦେଶରେ ବଡ କମ୍ପାନୀ ଗୁଗୁଲର ନାମ ମଧ୍ୟ ଯୋଡା ଯାଇଛି। ଋଷର ଆରଟି ଓ ଏବଂ ଅନ୍ୟାନ୍ୟ ଟିଭି ଚ୍ୟାନେଲ ଉପରେ ଗୁଗୁଲ୍ ୟୁଟ୍ୟୁବରେ ହେଉଥିବା ରୋଜଗାର ଉପରେ ପ୍ରତିବନ୍ଧକ ଲଗାଇଛି।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ଦିନ ଗୁଗୁଲ ଦ୍ୱାରା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଗୁଗୁଲ ଋଷର ମାଲିକାନା ଆରଟି ଏବଂ ଅନ୍ୟ ଚ୍ୟାନେଲ ଗୁଡ଼ିକ ୟୁଟ୍ୟୁବରେ ସେମାନଙ୍କର ଭିଡିଓ ଭିୟୁ ଏବଂ ବିଜ୍ଞାପନରୁ ହେଉଥିବା ରୋଜଗାର ଉପରେ ରୋକ୍‌ ଲଗାଇଛି । କହିବାକୁ ଗଲେ ମେଟା ଏହାର ଫେସବୁକ୍ ପ୍ଲାଟଫର୍ମ ପାଇଁ ମଧ୍ୟ ସମାନ ନିଷ୍ପତ୍ତି ନେଇଛି । ଫେସବୁକ ମଧ୍ୟ ଋଷର ଯେକୌଣସି ମିଡିଆ ହାଉସ୍‌ରେ ବ୍ୟବହାର କରାଯାଇ ଟଙ୍କା ରୋଜଗାର କରିବାକୁ ବାରଣ କରିଛି । କହି ରଖୁଛୁ କି ଋଷିଆ ଗୋଟିଏ ଦିନ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଟ୍ୱିଟରକୁ ଆଂଶିକ ପ୍ରତିବନ୍ଧକ ଲଗାଇଥିଲା । ହେଲେ ଏବେ ଏହି ପ୍ରତିବନ୍ଧକ କେତେ ଦିନ ପର୍ଯ୍ୟନ୍ତ ଚାଲିବ ତାହା ସ୍ପଷ୍ଟ ହୋଇନାହିଁ। ଦେଶର ସୁରକ୍ଷା ପାଇଁ ଏହା ଆବଶ୍ୟକ ବୋଲି ଋଷିଆ ମଧ୍ୟ କହିଛି।

Show More

Related Articles

Back to top button