ବାଣିଜ୍ୟ

ଅକ୍ଷୟ ତୃତୀୟା ପୂର୍ବରୁ କମିଲା ସୁନା ଦର

୯୭୩ ଟଙ୍କା ଶସ୍ତା ହେଲା ରୁପା, ଗ୍ରାହକଙ୍କ ପାଇଁ ଅଳଙ୍କାର କିଣିବାର ଭଲ ସୁଯୋଗ

ଅକ୍ଷୟ ତୃତୀୟ ପୂର୍ବରୁ ମଙ୍ଗଳବାର ସୁନାର ଚାହିଦାରେ ହ୍ରାସ ଘଟିଛି। ଏଥିସହ ଦିଲ୍ଲୀ ସଫାରା ବଜାରରେ ସୁନା ଦର କମିଛି। ସୁନା ୧୦ ଗ୍ରାମ ପ୍ରତି ୨୧୨ ଟଙ୍କା ଶସ୍ତା ହୋଇଛି। ଏହା ପରେ ସଫାରା ବଜାରରେ ୧୦ ଗ୍ରାମ ସୁନାର ମୂଲ୍ୟ ୪୭, ୩୦୮କୁ ଖସି ଆସିଛି। ଏହା ପୂର୍ବରୁ ସୋମବାର ୧୦ ଗ୍ରାମ ସୁନାର ମୂଲ୍ୟ ୪୭,୫୨୦ ଟଙ୍କା ଥିଲା।ସୁନା ସହ ମଙ୍ଗଳବାର ସରାଫା ବଜାରରେ ରୁପା ମୂଲ୍ୟ ମଧ୍ୟ କମିଛି। ରୁପା କିଲୋ ପିଛା ୯୭୩ ଟଙ୍କା ଶସ୍ତା ହୋଇଛି। ଏହା ପରେ ରୁପାର ଦାମ କେଜି ପ୍ରତି ୭୦,୬୪୬ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ରୁପାର ମୂଲ୍ୟ ୭୧,୬୧୯ ଟଙ୍କା ରହିଥିଲା।ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଗହଣା ଦାମ ହ୍ରାସ ଘଟିଛି। ମଙ୍ଗଳବାର ସୁନାର ଦାମ ଅନ୍ସ ପିଛା ୧୮୩୪ ଡଲାର ଥିବା ବେଳେ ରୁପାର ଦାମ ୨୭.୩୪ ଡଲାର ରହିଥିଲା।

ସୁନା କିଣିବାର ସୁବର୍ଣ୍ଣ ସୁଯୋଗ

ଏଥର ଦେଶରେ ମେ ୧୪ରେ ଅକ୍ଷୟ ତୃତୀୟା ଉତ୍ସବ ପାଳନ ହେବ। ଏହି ଦିନରେ ସୁନା କିଣାକୁ ବହୁତ ଶୁଭ କୁହାଯାଏ। କିନ୍ତୁ ମହାମାରୀ କାରଣରୁ ଦେଶର ଅନେକ ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ ହୋଇଛି। କିନ୍ତୁ ଯେଉଁ ଅଞ୍ଚଳରେ ଲକ୍‌ଡାଉନ୍‌ ଲାଗୁ ହୋଇ ନାହିଁ ସେଠାକାର ଲୋକଙ୍କ ପାଇଁ ସୁନା କିଣିବାର ଏହା ଏକ ଭଲ ସମୟ। କାରଣ ବର୍ତ୍ତମାନ ସୁନା ତାର ରେକର୍ଡ ସ୍ତରରୁ ଶସ୍ତା ରହିଛି।

Show More

Related Articles

Back to top button