ବାଣିଜ୍ୟ

ସପ୍ତାହକରେ ତୃତୀୟ ଥର ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଜାଣନ୍ତୁ ଆପଣଙ୍କ ସହରରେ ତୈଳ ମୂଲ୍ୟ କେତେ ?

ତୈଳ କମ୍ପାନୀମାନେ ବୁଧବାର ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି। ମେ ୪ ତାରିଖ ପରେ ସାର୍ବଜନିକ କ୍ଷେତ୍ରର ତୈଳ କମ୍ପାନୀମାନେ ଦେଶରେ ଲଗାତାର ତୈଳ ମୂଲ୍ୟ ବୃଦ୍ଧି କରିବାରେ ଲାଗିଛନ୍ତି। ଫଳରେ ଏ ପର୍ଯ୍ୟନ୍ତ ୭ ଥର ମୂଲ୍ୟ ବୃଦ୍ଧି କରିଥିବା ବେଳେ ଚଳିତ ସପ୍ତାହରେ୩ ଥର ମୂଲ୍ୟ ବୃଦ୍ଧି କଲେଣି। ବୁଧବାର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୫ ପଇସା ବୃଦ୍ଧି ହୋଇଛି। ଫଳରେ ଦେଶରେ ପେଟ୍ରୋଲ ଦର ପୁଣି ଥରେ ଐତିହାସିକ ସ୍ତରରେ ପହଞ୍ଚିଛି।
ଭୋପାଲ ଓ ଇନ୍ଦୋରରେ ପେଟ୍ରୋଲ ହେଲା ୧୦୦ ଟଙ୍କା
ନୂଆ ତୈଳ ଦର ଲାଗୁ ପରେ ବୁଧବାର ମଧ୍ୟପ୍ରଦେଶ ରାଜଧାନୀ ଭୋପାଲ ଓ ଆର୍ଥିକ ନଗରୀ ଇନ୍ଦୋରରେ ପ୍ରତି ଲିଟର ପେଟ୍ରୋଲ ୧୦୦ ଟଙ୍କା ଦରରେ ବିକ୍ରି ହେଉଛି। ଯାହା ଦେଶରେ ଏପର୍ଯ୍ୟନ୍ତ ପେଟ୍ରୋଲର ଏହା ସର୍ବାଧିକ ଦର ବୋଲି କୁହାଯାଉଛି। ତେବେ ଏହି ସମୟରେ ଦିଲ୍ଲୀରେ ପ୍ରତି ଲିଟିର ପେଟ୍ରୋଲ ୯୨ଟଙ୍କା ୫ ପାଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୮୧ ଟଙ୍କା ୬୧ ପଇସାରେ ବିକ୍ରି ହେଉଛି।

୧୮ ଦିନ ଧରି ବଢି ନଥିଲା ଦର
ଦେଶରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ତୈଳ କମ୍ପାନୀମାନେ ୧୮ ଦିନ ପର୍ଯ୍ୟନ୍ତ ତୈଳ ମୂଲ୍ୟ ଅପରିବର୍ତ୍ତିତ ରଖିଥିଲେ। ତେବେ ନିର୍ବାଚନ ଭୋଟଗଣନା ପରେ ପ୍ରଥମେ ୪ଟି ରାଜ୍ୟର ତୈଳ ଦର ସୁଧାର ଘୋଷଣା କରିଥିଲେ। ବୁଧବାର ନୂଆ ଦର ଲାଗୁ ପରେ ରାଜସ୍ଥାନ ଓ ମହାରାଷ୍ଟ୍ରର ଅନେକ ସହରରେ ପେଟ୍ରୋଲ ପ୍ରତି ଲିଟର ଦର ୧୦୦ ଟଙ୍କା ଟପି ଯାଇଛି। ତେବେ ମୂଲ୍ୟ ବୃଦ୍ଧି ପରେ ଭୁବନେଶ୍ୱରରେ ପ୍ରତି ଲିଟର ପେଟ୍ରୋଲ ୯୨ଟଙ୍କା ୨୮ ପଇସା ଦରରେ ବିକ୍ରି ହେଉଛି। ସେହିପରି ପେଟ୍ରେଲ ଲିଟର ପିଛା ୯୦ ଟଙ୍କା ଦରରେ ବିକ୍ରି ହେଉଛି।

Show More

Related Articles

Back to top button