ସ୍ୱାସ୍ଥ୍ୟ

ଇମ୍ୟୁନିଟି ବଢାଇବା ପାଇଁ ପ୍ରତିଦିନ ପିଅନ୍ତୁ ଏହି ଜୁସ୍

କେମିତି ପ୍ରସ୍ତୁତ କରିବେ ଜାଣନ୍ତୁ

କରୋନା ଭାଇରସ୍ ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଲାଣି । କରୋନା ଭାଇରସ୍‌ର ପ୍ରଥମ ତିନୋଟି ଲହର ସମୟରେ ଲୋକମାନେ ମହାମାରୀରୁ ନିଜକୁ ସୁରକ୍ଷା ଦେବା ପାଇଁ ଅନେକ ଇମ୍ୟୁନିଟି ବୁଷ୍ଟର ସେବନ କରିଥିଲେ । ବର୍ତ୍ତମାନ ଯେହେତୁ କୋଭିଡ୍ ମାମଲା ପୁଣି ଥରେ ବଢିବାରେ ଲାଗିଛି ତେଣୁ ଆପଣ କିଛି ଡ୍ରିଙ୍କ୍ସ ପ୍ରସ୍ତୁତ କରିପାରିବେ । ଯାହା ଆପଣଙ୍କ ଇମ୍ୟୁନିଟି ବଢାଇବାରେ ସହାୟକ ହେବ ।

ସାମଗ୍ରୀ :

୧/୨ ଚାମଚ ଲେମ୍ବୁ

ବରଫ ଖଣ୍ଡ

୨୦୦ ଗ୍ରାମ ବିଲାତି

୨୦୦ ଗ୍ରାମ ଗାଜର

୫୦ ଗ୍ରାମ ସେଓ

ସ୍ବାଦ ଅନୁସାରେ ଲୁଣ

ଘରେ ତିଆରି କରିବାର ପ୍ରଣାଳୀ :
ବିଲାତି ଗୁଣ୍ଡକୁ ଛାଣି ଦିଅନ୍ତୁ ।
ସେଓ ଏବଂ ଗାଜରକୁ ଛୋଟ ଛୋଟ ଖଣ୍ଡ କରି ଏକ ପାତ୍ରରେ ରଖନ୍ତୁ ।
ଏବେ ଏହି ତିନୋଟିର ରସ ବାହାର କରନ୍ତୁ ।
ତାପରେ ଭଲ ଭାବରେ ମିଶାନ୍ତୁ ।
ଏବେ ଫାଇବର ବାହାର କରିବା ପାଇଁ ଛାଣି ଦିଅନ୍ତୁ ।
ଏହା ଉପରେ ଲେମ୍ବୁ ରସ ପକାନ୍ତୁ ।
ଲୁଣ ମିଶାଇ ଏକ ଗ୍ଲାସରେ ପରଷନ୍ତୁ ।

Show More

Related Articles

Back to top button