ଦେଶ ବିଦେଶବାଣିଜ୍ୟ

ସାବଧାନ!! ପାର୍ସଲ ଡବାରୁ ବ୍ୟାପୁଛି କରୋନା ଭାଇରସ୍ !

ଅନଲାଇନରେ କିଛି ମଗାଇଲେ ରୁହନ୍ତୁ ସାବଧାନ…

ଚାଇନାରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ । କିଛି ଦିନର ବ୍ରେକ୍ ପରେ କରୋନାରେ ଅନେକ ଆକ୍ରାନ୍ତ ହେଲେଣି । ଲକଡାଉନ୍ ଓ କଣ୍ଟେନେମେଣ୍ଟ୍ ଜୋନ୍ ଲାଗିଥିଲେ ବି ସଂକ୍ରମଣ ଥମୁନି । ତେବେ ଦେଶରେ ଏବେ ସବୁଠାରୁ ବଡ ଅନଲାଇନ୍ ସପିଂ ଫେଷ୍ଟିବାଲ୍ ଚାଲିଛି । ଏହି ସପିଂ ପାର୍ସଲ ଡବାରୁ ସଂକ୍ରମଣ ବ୍ୟାପୁଥିବା ଅନେକ ଅନୁମାନ କରୁଛନ୍ତି । ନିକଟରେ ବେହେଇ ପ୍ରାନ୍ତରେ ୩ ଜଣ ଶିଶୁଙ୍କ ପୋଷାକ ତିଆରି କରୁଥିବା କର୍ମଚାରୀ କୋଭିଡ୍ ପଜିଟିଭ୍ ହୋଇଥିଲେ । ୨୫୦୦ କିମି ଦୂରରେ ଥିବା କିଛି ବ୍ୟକ୍ତି ସେମାନେ କାମ କରୁଥିବା କମ୍ପାନୀର ପାର୍ସଲ ନେଇଥିଲେ । ପାର୍ସଲ ଗ୍ରହଣ କରିଥିବା ଗ୍ରାହକଙ୍କର ମଧ୍ୟ କୋଭିଡ୍ ଟେଷ୍ଟ ହୋଇଛି । ହାଓହୁଇ ଇକମର୍ସ. କମ୍ କମ୍ପାନୀ ମଧ୍ୟ ଜିନଜି ଓ ଜିନଜୋହୁ ପ୍ରାନ୍ତରେ ୩୦୦ ପାର୍ସଲ ଡେଲିଭରୀ କରିଛି । ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । ପାର୍ସଲ ଗ୍ରହଣ କରିଥିବା ବ୍ୟକ୍ତି ଏବଂ ସେମାନଙ୍କ ପରିବାର ଲୋକଙ୍କର ମଧ୍ୟ ଟେଷ୍ଟ୍ ହେବ ।

ପୂର୍ବରୁ ଫ୍ରୋଜେନ୍ ଫୁଡ୍ ପାଇଁ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିଲା । ପରେ ଚାଇନା ଅଧିକାରୀ ସଫେଇ ଦେବା ସହ ବାହାରୁ ଆମଦାନୀ ବସ୍ତକୁ ଭଲ ଭାବେ ସାନିଟାଇଜ୍ କରାଯାଉଥିବା କଥା କହିଥିଲେ । ଏପରିକି ସେମାନେ କମ୍ ସଂକ୍ରମିତ ଅଞ୍ଚଳରୁ ହିଁ କେବଳ ଆମଦାନୀ ଉପରେ ଧ୍ୟାନ ଦେଉଥିଲେ । କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ସମସ୍ତ କର୍ମଚାରୀଙ୍କୁ କୁହାଯାଇଥିଲା । ଏବେ ମଙ୍ଗୋଲିଆ ଜିନ୍ ହଟର ପ୍ରଶାସନ ଲୋକଙ୍କୁ ପାର୍ସଲ ରିସିଭ୍ କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ପାର୍ସଲ ଡବାକୁ ଭଲ ଭାବେ ସାନିଟାଇଜ୍ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏପରିକି କିଛି ଗ୍ରାହକଙ୍କୁ ଜବରଦସ୍ତି କ୍ୱାରେଣ୍ଟାଇନ୍ କରାଯାଇଥିବା ସେମାନେ ସୋସିଆଲ ମିଡିଆରେ ପୋଷ୍ଟ୍ କରିଛନ୍ତି ।

Show More

Related Articles

Back to top button