ଖେଳଦେଶ

ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ବଡ଼ଧରଣର ଅଦଳବଦଳ,ଏଥିରୁ ବାଦ ପଡ଼ିବେ ରାହାଣେ ଓ ଈଶାନ୍ତ

ଆସନ୍ତା ୨୧ ତାରିଖରେ ବିସିସିଆଇର ବସିବ ବୈଠକ । ଏହି ବୈଠକରେ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତର ସମୀକ୍ଷା କରାଯିବ। ଖେଳାଳିଙ୍କ ସହ ବିସିସିଆଇ ସହ ହେଉଥିବା ଚୁକ୍ତିରେ ବଡ଼ଧରଣର ଅଦଳବଦଳ ହେବାକୁ ଯାଉଛି । ଖରାପ ଫର୍ମ ପାଇଁ ଦୀର୍ଘ ଦିନ ହେଲା ଟିମ ଇଣ୍ଡିଆ ବାହାରେ ଥିବା ଟେଷ୍ଟ ସ୍ପେଶାଲିଷ୍ଟ ଅଜିଙ୍କ୍ୟ ରାହାଣେ ଓ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଏହି କେନ୍ଦ୍ରୀୟ ଚୁକ୍ତିରୁ ବାଦ ପଡ଼ିବେ।

ସେହିପରି ସୀମିତ ଓଭର ସ୍ପେଶାଲିଷ୍ଟ ସୂର୍ଯ୍ୟ କୁମାର ଯାଦବ ଓ ଶୁବମନ ଗିଲ୍‌ଙ୍କୁ ୨୦୨୨-୨୩ ସିଜିନରେ ପ୍ରମୋସନ ମିଳିପାରେ। ରାହାଣେ ଓ ଈଶାନ୍ତ ବାଦ ପଡ଼ିବାକୁ ଥିବା ବେଳେ ଟି-୨୦ର ଭାବୀ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା ଗ୍ରୁପ ସି’ରୁ ଗ୍ରୁପ ବି’କୁ ପ୍ରମୋସନ ପାଇବେ। ୨୧ ତାରିଖରେ ୧୨ଟି ବିଷୟବସ୍ତୁ ଉପରେ ଆଲୋଚନା ହେବାର ଅଛି। କିନ୍ତୁ ଟି-୨୦ ବିଶ୍ୱକପ ଓ ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ହାରିବା ପ୍ରସଙ୍ଗ ବୈଠକର ଏଜେଣ୍ଡାରେ ନାହିଁ। କିନ୍ତୁ ଅଧ୍ୟକ୍ଷ ଚାହିଁଲେ ତାଲିକାଭୁକ୍ତ ହୋଇ ନଥିବା ପ୍ରସଙ୍ଗ ମଧ୍ୟ ଆଲୋଚନା ହୋଇପାରେ।

ସେହିପରି ଘରୋଇ କ୍ରିକେଟ ପାଇଁ ଭି ଜୟଦେବାନ ପ୍ରସ୍ତୁତ କରିଥିବା ରେନ ରୁଲ ଫର୍ମୁଲା ପାଇଁ ୱାନ ଟାଇମ ପେମେଣ୍ଟ ଉପରେ ବୈଠକରେ ଆଲୋଚନା ହେବ। ଅନ୍ତର୍ଜାତୀୟ ସ୍ତରରେ ଆଇସିସି ଡିଏଲଏସ୍‌ ମେଥଡ ବ୍ୟବହାର କରୁଛି। କିନ୍ତୁ ମୁସ୍ତାକ ଅଲୀ ଟି-୨୦, ବିଜୟ ହାଜାରେ, ଦେଓଦର ଟ୍ରଫସି ଓ ଚ୍ୟାଲେଞ୍ଜର ଟ୍ରଫିରେ ଭିଜେଡି ନିୟମ ଲାଗୁ କରି ମ୍ୟାଚ୍‌ର ରେଜଲ୍ଟ ବାହାର କରାଯାଉଛି।

କେନ୍ଦ୍ରୀୟ ଚୁକ୍ତିରେ ପରିବର୍ତ୍ତନ ଏହି ବୈଠକର ମୁଖ୍ୟ ପ୍ରସଙ୍ଗ ରହିଛି। ଉଭୟ ପୁରୁଷ ଓ ମହିଳା କ୍ରିକେଟରଙ୍କ କେନ୍ଦ୍ରୀୟ ଚୁକ୍ତି ଉପରେ ବୈଠକରେ ଆଲୋଚନା ହେବ। ଏହି ସମୟରେ ଟିମ ଇଣ୍ଡିଆର ପୂର୍ବତନ ଉପ ଅଧିନାୟକ ରାହାଣେ ଓ ଈଶାନ୍ତ ଶର୍ମାଙ୍କ ଚୁକ୍ତି ଆଉ ରିନ୍ୟୁ କରାଯିବ ନାହିଁ। ୱିକେଟ କିପର ବ୍ୟାଟର ରିଦ୍ଧିମାନ ସାହା ମଧ୍ୟ କେନ୍ଦ୍ରୀୟ ଚୁକ୍ତିରୁ ବାଦ ପଡ଼ିବ। କାରଣ ଚଳିତ ବର୍ଷ ଆରମ୍ଭରୁ ସେ ଆଉ ଭାରତ ପାଇଁ ଚୟନ ହେବେନି ବୋଲି କହି ସାରିଥିଲେ।

 

Show More

Related Articles

Back to top button