ମୁଖ୍ୟ ଖବରରାଜନୀତି

ବସୁନ୍ଧରା ରାଜେ; ବିଜେପି ଜାତୀୟ ଉପସଭାପତି

Basundhara Raje

ଭାରତୀୟ ଜନତା ପାର୍ଟି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କ ନୂଆ ଟିମ୍‌ ଘୋଷଣା ହୋଇଛି। ନଡ୍ଡା ଘୋଷଣା କରିଥିବା ଜାତୀୟ କାର୍ଯ୍ୟାକାରଣୀରେ ୧୨ ଜାତୀୟ ଉପସଭାପତି, ୮ ଜାତୀୟ ମହାମନ୍ତ୍ରୀ, ଜଣେ ସଙ୍ଗଠନ ମହାମନ୍ତ୍ରୀ, ୩ ଜାତୀୟ ସହ ସଙ୍ଗଠନ ମହାମନ୍ତ୍ରୀ, ୧୩ ଜାତୀୟ ମହାମନ୍ତ୍ରୀ, କୋଷାଧ୍ୟକ୍ଷ, ସହ କୋଷାଧ୍ୟକ୍ଷ, କେନ୍ଦ୍ରୀୟ କାର୍ଯ୍ୟାଳୟ ସମ୍ପାଦକ, ଆଇଟି ଓ ସୋସିଆଲ ମିଡିଆ ପ୍ରଭାରୀ, ଯୁବମୋର୍ଚ୍ଚା ସଭାପତି, ଓବିସି ମୋର୍ଚ୍ଚା, କିସାନ ମୋର୍ଚ୍ଚା, ଅନୁସୂଚିତ ଜନଜାତି ମୋର୍ଚ୍ଚା, ସଂଖ୍ୟାଲଘୁ ମୋର୍ଚ୍ଚା ଆଦିର ସଭାପତି ଓ ୨୩ ଜାତୀୟ ମୁଖପାତ୍ରଙ୍କ ନାମ ଘୋଷଣା କରିଛନ୍ତି।ନଡ୍ଡାଙ୍କ ନୂଆ ଟିମରେ ରାଜସ୍ଥାନରୁ ମୋଟ ୪ ଜଣ ସାମିଲ ହୋଇଛନ୍ତି। ଏଥିରେ ବରିଷ୍ଠ ନେତ୍ରୀ ବସୁନ୍ଧରା ରାଜେଙ୍କୁ ଦଳର ଜାତୀୟ ଉପସଭାପତି ନିଯୁକ୍ତ କରାଯାଇଥିବା ବେଳେ ରାଜ୍ୟସଭା ସାଂସଦ ଭୂପେନ୍ଦ୍ର ଯାଦବଙ୍କୁ ଜାତୀୟ ମହାମନ୍ତ୍ରୀ ନିଯୁକ୍ତି ମିଳିଛି। ସେହିପରି ଅଲକା ଗୁର୍ଜର ଜାତୀୟ ମନ୍ତ୍ରୀ ଓ ସାଂସଦ ରାଜ୍ୟବର୍ଦ୍ଧନ ସିଂ ରାଠୋର ଜାତୀୟ ମୁଖପାତ୍ର ମନୋନୀତ ହୋଇଛନ୍ତି।ସମ୍ବିତ ପାତ୍ର ମଧ୍ୟ ନଡ୍ଡାଙ୍କ ଟିମ୍‌ରେ ନିଜର ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ସେ ପୂର୍ବପରି ଜାତୀୟ ମୁଖପାତ୍ର ପଦବୀରେ ଥିବା ବେଳେ ଅନୀଲ ବଲୁନୀଙ୍କୁ ଦଳର ମୁଖ୍ୟ ମୁଖପାତ୍ର ଓ ମିଡିଆ ପ୍ରଭାରୀ ନିଯୁକ୍ତ କରାଯାଇଛି। ଅମିତ ମାଲବୀୟ ଜାତୀୟ ଆଇଟି ଓ ସୋସିଆଲ ମିଡିଆ ପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଛି। ତେଜସ୍ୱୀ ସୂର୍ଯ୍ୟା ଜାତୀୟ ଯୁବମୋର୍ଚ୍ଚା ସଭାପତି ନିଯୁକ୍ତ ହୋଇଥିବା ବେଳେ ଜମାଲ ସିଦ୍ଦିକୀ ସଂଖ୍ୟାଲଘୁ ମୋର୍ଚ୍ଚା ଜାତୀୟ ସଭାପତି ଅବସ୍ଥାପିତ ହୋଇଛନ୍ତି।

Show More

Related Articles

Back to top button