ଓଡ଼ିଶାମୁଖ୍ୟ ଖବରରାଜନୀତି

ବିଧାନସଭାରେ ଅଧିବେଶନ ପୂର୍ବରୁ ଚାଲିଛି କରୋନା ଟେଷ୍ଟ

ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ହେବ କରୋନା ଟେଷ୍ଟ

Odisha, Assembly
Odisha, Assembly

ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ ଚାଲିଛି କରୋନା ଟେଷ୍ଟିଙ୍ଗ। ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମଚାରୀ ସମସ୍ତଙ୍କର କରୋନା ଟେଷ୍ଟ ତିନି ଦିନ ଧରି ହେବ । ଏଥିପାଇଁ ୭ଟି ଟିମ୍ ଗଠନ କରାଯାଇଛି । କୋଭିଡ ଟେଷ୍ଟ ପାଇଁ ବିଏମସି ପକ୍ଷରୁ ବ୍ୟାପକ ପ୍ରସ୍ତୁତିମାନ କରାଯାଇଛି । ଏଥିପାଇଁ ଗଠିତ ୭ଟି ସ୍ବତନ୍ତ୍ର ଟିମ୍‌ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ସାମ୍ବାଦିକମାନଙ୍କ କରୋନା ଟେଷ୍ଟ କରିବେ । ମୋଟ ୯ ଶହ ଜଣଙ୍କର କୋଭିଡ ଟେଷ୍ଟ କରାଯିବ । ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବ ସେମାନେହିଁ ବିଧାନସଭା ପରିସରକୁ ଆସିପାରିବେ ।ସୋମବାର ଅପରାହ୍ନରେ ବିଧାନସଭା ପରିସରକୁ ବିଶୋଧନ କରାଯିବ। ପରେ ୨୯ତାରିଖରୁ ବିଧାନସଭା ଅଧିବେଶନ ବସିବ। ଅକ୍ଟୋବର ୭ ପର୍ଯ୍ୟନ୍ତ ଗୃହ ଚାଲିବ। ଦୈନିକ ସାଢେ ୪ ଘଣ୍ଟା ଚାଲିବ ଅଧିବେଶନ । ଅଧିବେଶନ ବେଳେ ସାମାଜିକ ଦୂରତ୍ବ ନିୟମ କଡାକଡି ପାଳନ କରାଯିବ । ତେବେ ସ୍ବଳ୍ପ ସମୟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ରାଜ୍ୟରେ କୋଭିଡ ପରିଚାଳନା ଅନିୟମିତତା, ବନ୍ୟା ମୁକାବିଲା ବିଫଳତା, ବିଦ୍ୟୁତ ବିଲ୍‌ ବୃଦ୍ଧି, ଆଇନଶୃଙ୍ଖଳା, ଦାଦନ ଶ୍ରମିକଙ୍କୁ କାମ ନମିଳିବା ପ୍ରସଙ୍ଗ ଉଠାଇ ସରକାରକୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି । ଏହାସହ କଂଗ୍ରେସ କୃଷିବିଲ୍‌ ପ୍ରସଙ୍ଗ ଉଠାଇବ ବୋଲି କହିଛି ।ସେପଟେ ବିଜେଡି କହିଛି ରାଜ୍ୟସରକାର କରୋନାଠୁ ବନ୍ୟା ଯାଏ ସବୁ ସ୍ଥିତିର ସଠିକ ମୁକାବିଲା କରିଛନ୍ତି ।

Show More

Related Articles

Back to top button