ଜୀବନଚର୍ଯ୍ୟା

ଶାସ୍ତ୍ରରେ କଣ ରହିଛି ବସନ୍ତ ପଞ୍ଚମୀର ମହତ୍ୱ ଓ ମା ସରସ୍ୱତୀଙ୍କ ଆବିର୍ଭାବ

ବିଦ୍ୟାର ଦେବୀ ମା ସରସ୍ବତୀଙ୍କ ଜନ୍ମଦିନ ମାଘ ମାସ ବସନ୍ତ ପଞ୍ଚମୀ ଦିନ ପଡିଥାଏ l ଏହିଦିନଟି ବସନ୍ତ ୠତୁର ଆଗମନକୁ ସୂଚେଇ ଦେଇଥାଏ

ଏହି ପର୍ବ ଭାରତ ସହିତ ବଙ୍ଗଳାଦେଶ ଓ ନେପାଳରେ ମଧ୍ୟ ପାଳନ କରାଯାଇ ଥାଏ l ଏହି ପର୍ବଟିକୁ ସମ୍ପୂର୍ଣ ବିଧିବିଧାନ ଦ୍ୱାରା ପାଳିତ ହୁଏ l ବସନ୍ତ ପଞ୍ଚମୀ ଦିନ ଶିଖ ଗୁରୁ ଗୋବିନ୍ଦ ସିଂହଙ୍କ ଜନ୍ମଦିନ ପାଳିତ ହୋଇଥାଏ l

ପୂଜା ବିଧି – ଏହିଦିନ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଶିକ୍ଷାବିତ୍ ମାନେ ଶ୍ରଦ୍ଧା ପୂର୍ବକ ମା ସରସ୍ବତୀଙ୍କ ପୂଜା କରିଥାନ୍ତି l ବିଶେଷକରି ପୂର୍ବ ଭାରତରେ ଶିକ୍ଷା ଅନୁଷ୍ଠାନ ସହିତ କାର୍ଯ୍ୟାଳୟରେ ମଧ୍ୟ ସରସ୍ୱତୀ ପୂଜା କରାଯାଇଥାଏ l ସ୍ୱତନ୍ତ୍ର ଭାବରେ ବ୍ରାହ୍ମଣଙ୍କ ଦ୍ୱାରା ହଵନ ସାହାଯ୍ୟରେ ମା ସରସ୍ୱତୀଙ୍କୁ ସ୍ଥାପନା କରାଯାଇ ଥାଏ l ସେ ବିଦ୍ୟାଦାତ୍ରୀ ହୋଇଥିବା କାରଣରୁ ତାଙ୍କର ବିଦ୍ୟାଳୟ ଗୁଡିକରେ ବିଶେଷ ମହତ୍ୱ ରହିଛି l ପୂଜା କରାଯିବା ପୂର୍ବରୁ ସରସ୍ୱତୀଙ୍କୁ ଆବାହନ କରାଯାଇ ତାଙ୍କୁ ଫୁଲ ,ଦୀପ ,ସିନ୍ଦୁର ,ଚନ୍ଦନ ,ଧୂପ ଓ ନୈବେଦ୍ୟ ଇତ୍ୟାଦି ସମର୍ପଣ କରା ଯାଇଥାଏ l

ସାରସ୍ୱତୀ ପୂଜାରେ ହଳଦିଆ ରଙ୍ଗର ବିଶେଷ ମହତ୍ୱ ରହିଛି – ହଳଦିଆ ରଙ୍ଗକୁ ଗୋଟିଏ ଶୁଭ ସୂଚକ ରଙ୍ଗ ଭାବରେ ଗ୍ରହଣ କରାଯାଇ ଥାଏ l ବସନ୍ତ ପଞ୍ଚମୀରେ ହଳଦିଆ ରଙ୍ଗକୁ ସମୃଦ୍ଧିର ସୂଚକ ଭାବରେ ଗ୍ରହଣ କରାଯାଇଥାଏ l ଏହି ପର୍ବ ସହିତ ଆରମ୍ଭ ହେବାକୁ ଥିବା ବସନ୍ତ ୠତୁ ସମୟରେ ଫୁଲ ମାନଙ୍କର ସମ୍ଭାର ପୃଥିବୀକୁ ଶାନ୍ତି ପ୍ରଦାନ କରିଥାଏ l କ୍ଷେତରେ ହଳଦିଆ ସୋରିଷ ଫୁଲର ସମ୍ଭାର ମନକୁ ଆନନ୍ଦିତ କରିଥାଏ l ଏହି ପର୍ବଟିର ଆଉ ଗୋଟିଏ ନାମ ହେଉଛି ରୁଷି ପଞ୍ଚମୀ l

ସରସ୍ବତୀ ପୂଜାର ପୌରାଣିକ ମହତ୍ୱ -ହିନ୍ଦୁ ପରମ୍ପରା ଅନୁସାରେ ପ୍ରତେକ ବର୍ଷ ମାଘମାସ ଶୁକ୍ଳ ପକ୍ଷରେ ଏହି ପର୍ବ ପାଳନ କରାଯାଇ ଥାଏ l ବ୍ରହ୍ମାଣ୍ଡର ରଚୟିତା ବ୍ରହ୍ମା ସରସ୍ଵତୀଙ୍କର ରଚନା କରିଥିଲେ l ଯେଉଁ ବିଷୟରେ ପୁରାଣରେ ଉଲେଖ ରହିଛି ସୃଷ୍ଟିର ଆରମ୍ଭ କାଳରେ ଭଗବାନ ବିଷ୍ଣୁଙ୍କ ଅଜ୍ଞାରେ ବ୍ରହ୍ମା ମନୁଷ୍ୟ ଯୋନିର ରଚନା କରିଥିଲେ ,ନିଜର ପ୍ରାରମ୍ଭିକ ଅବସ୍ଥାରେ ମନୁଷ୍ୟ ସମ୍ପୂର୍ଣ୍ଣ ମୁକ ଥିଲା ଓ ପୃଥିବୀ ଶାନ୍ତ ଥିଲା l ବ୍ରହ୍ମା ଯେତେବେଳେ ପୃଥିବୀକୁ ମୁକ ଓ ନିରାଶ ଦେଖିଲେ ସେତେବେଳେ ନିଜ କମଣ୍ଡଳରୁ ଜଳ ନେଇ ଛିଞ୍ଚି ଥିଲେ l ଛିଞ୍ଚିବା ପରେ ଗୋଟିଏ ଅଦ୍ଭୁତ ଶକ୍ତିର ରୂପ ଧାରଣା କରି ସୁନ୍ଦର ସ୍ତ୍ରୀ ପ୍ରକଟ ହୋଇଥିଲେ ,ଯାହାଙ୍କର ଗୋଟିଏ ହାତରେ ବୀଣା ରହିଥିଲା ଏବଂ ଅନ୍ୟ ହାତଟି ବର ମୁଦ୍ରାରେ ରହିଥିଲା l ଏହି ଶକ୍ତିର ନାମ ମାତା ସରସ୍ୱାତୀ ନାମରେ ରଚନା କରାଯାଇଥିଲା l ସେ ଯେତେବେଳେ ନିଜ ବୀଣା ବଜାଇଥିଲେ ତିନି ଲୋକରେ କମ୍ପନ ହୋଇ ମନୁଷ୍ୟ ମାନଙ୍କୁ ଶବ୍ଦ ଓ ବାଣୀ ମିଳିଗଲା l ସେଥିପାଇଁ ସରସ୍ଵତୀଙ୍କର ଆଉ ଗୋଟିଏ ନାମ ହେଉଛି ବାଗଦେବି l

Show More

Related Articles

Back to top button