Breaking PLUSଓଡ଼ିଶାମୁଖ୍ୟ ଖବର

ଜାଡରେ ଥରୁଛି ଓଡ଼ିଶା, କନ୍ଧମାଳରେ ସର୍ବନିମ୍ନ ୩.୨ ଡିଗ୍ରୀ ତାପମାତ୍ରା

ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା । ରାଜ୍ୟର ୬ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ, ଫୁଲବାଣୀରେ ୫.୫ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ି ଠାରେ ରାତ୍ରି-ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା । ରାଜ୍ୟର ୬ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ, ଫୁଲବାଣୀରେ ୫.୫ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ି ଠାରେ ରାତ୍ରି-ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଛି ।ଅପରପକ୍ଷରେ କୋରାପୁଟରେ ରାତ୍ରି ତାପମାତ୍ର ୯.୫ ଡିଗ୍ରୀ, ବଲାଙ୍ଗୀରରେ ୯.୮ ଡିଗ୍ରୀ, ଏବଂ ଭବାନୀପାଟଣାରେ ୯.୮ ଡିଗ୍ରୀ ଥିବା ଜଣାଯାଇଛି । ତେବେ ଭୁବନେଶ୍ୱରରେ ଏହା ୧୩.୦ ଏବଂ କଟକରେ ୧୨.୬ ଡିଗ୍ରୀ ରେକର୍ଡ କରାଯାଇଛି ।

୭ ତାରିଖ ଭିତରେ ରାଜ୍ୟର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ଶୀତର ପ୍ରକୋପ କିଛି ବଢ଼ିବ । ମାତ୍ର ଏହା ଦକ୍ଷିଣ ଉପକୂଳରେ ଅପରିବର୍ତ୍ତିତ ରହିବ। ୯ ତାରିଖରୁ ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମା‌ତ୍ରା ମଧ୍ୟ ବଢ଼ିବା ଆରମ୍ଭ କରିବ। ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ତେବେ ୬ ତାରିଖ ଦିନ ଆଭ୍ୟନ୍ତର ଉତ୍ତର ଓଡ଼ିଶାର ପାଗ କୋହଲା ରହିପାରେ। ଅନୁମାନ କରାଯାଉଛି ଯେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ଆସନ୍ତାକାଲି ରାତ୍ରି ତାପମାତ୍ରା ସାମାନ୍ୟ ବଢ଼ିବ। ତେବେ ୮ ତାରିଖରୁ ଏହା ବଢ଼ିବା ଆରମ୍ଭ ହେବ । ୧୩ ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ଶୀତ ବି‌ଶେଷ ଅନୁଭୂତ ହେବ ନାହିଁ ।

ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ୫ ଓ ୬ ତାରିଖ ଭିତରେ ପ୍ରାୟ ୧ ଡିଗ୍ରୀ ବଢ଼ି ୮ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ୯ ତାରିଖରୁ ତାପମାତ୍ରା ଧୀରେଧୀରେ ବଢ଼ି ୧୩ ତାରିଖ ସୁଦ୍ଧା ପ୍ରାୟ ୨.୫ ଡିଗ୍ରୀ ବଢ଼ିବ। ଉତ୍ତର ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡ଼ିଶାରେ ୬ ତାରିଖରେ ପାଗ ଆଂଶିକ ମେଘୁଆ ରହିବ। ୬ ଓ ୭ ତାରିଖରେ ପାଗ କୋହଲା ରହିବା ସହ ଘନ କୁହୁଡ଼ି ପଡ଼ିବ ଓ ଏହା ସକାଳ ୯ଟା ପର୍ଯ୍ୟନ୍ତ ଲାଗି ରହିପାରେ। ୫ରୁ ୭ ତାରିଖ ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ କମି ୯ ଡିଗ୍ରୀ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ।

Show More

Related Articles

Back to top button