Breaking PLUSମୁଖ୍ୟ ଖବରସେଲିବ୍ରିଟି

ବରୁଣ-ନତାଶାଙ୍କ ପ୍ରେମ କାହାଣୀ

୩୫ ବର୍ଷ ପରେ ଆଜି ପଦାର୍ପଣ କରିଛନ୍ତି ବଲିଉଡ୍‌ ଅଭିନେତା ବରୁଣ ଧାୱନ ।

୩୫ ବର୍ଷ ପରେ ଆଜି ପଦାର୍ପଣ କରିଛନ୍ତି ବଲିଉଡ୍‌ ଅଭିନେତା ବରୁଣ ଧାୱନ । ଏହି ଅବସରରେ ତାଙ୍କ ସାଥୀ କଳାକାରଙ୍କଠାରୁ ଆରମ୍ଭ କରି ତାଙ୍କର ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗତ ବର୍ଷ ବରୁଣ ତାଙ୍କର ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଥିଲେ, କିନ୍ତୁ ଉଭୟଙ୍କ ପ୍ରେମ କାହାଣୀ ବିଷୟରେ ପ୍ରାୟତଃ କେହି ଲୋକ ଜାଣିନଥିବେ। ଏକ ଚାଟ୍‌ ଶୋ’ରେ ବରୁଣ ନିଜ ପ୍ରେମ କାହାଣୀର ବିଷୟରେ ଖୁଲାସା କରିଥିଲେ। ବରୁଣ ଏବଂ ନତାଶାଙ୍କ ପ୍ରେମ କାହାଣୀ ଏକ ଫିଲ୍ମ କାହାଣୀଠାରୁ ବି କିଛି କମ୍ ନୁହେଁ। ଉଭୟ ମନେକଜୀ କପୁର ବିଦ୍ୟାଳୟରେ ପାଠ ପଢୁଥିଲେ । ଦୁହେଁ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। ନତାଶାଙ୍କୁ ଦେଖିବା ପରେ ବରୁଣ ମନେ ମନେ ଭଲପାଇଯାଇଥିଲେ । ପ୍ରଥମ ଥର ଷଷ୍ଠ ଶ୍ରେଣୀରେ ପଢୁଥିବାବେଳେ ନତାଶାଙ୍କୁ ଭେଟିଲେ ବରୁଣ। ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଉଭୟ ବହୁତ ଭଲ ବନ୍ଧୁ ଥିଲେ। ଥରେ ମଧ୍ୟାହ୍ନ ଭୋଜନ ସମୟରେ ବାସ୍କେଟବଲ କୋର୍ଟରେ ନତାଶା ବୁଲୁଥିବାବେଳେ ବରୁଣ ତାଙ୍କ ମନର କଥା କହିଥିଲେ ନତାଶାଙ୍କୁ । କିନ୍ତୁ ନତାଶା ଏହି କଥାକୁ ୪ ଥର ପ୍ରତ୍ୟାଖ୍ୟାନ କରିଥିଲେ। ହେଲେ ବରୁଣ ହାର ମାନି ନ ଥିଲେ। ତାଙ୍କୁ ପାଇବାକୁ ଚେଷ୍ଟା କରିଥିଲେ। ଶେଷରେ ନତାଶା ହଁ କହିଥିଲେ। ଏହା ପରେ ବରୁଣ-ନତାଶା ୨୪ ଜାନୁୟାରୀ ୨୦୨୧ରେ ବିବାହ କରିଥିଲେ ।

 

Show More

Related Articles

Back to top button