Breaking PLUSଅପରାଧଆଇନ କାନୁନଦୁର୍ଘଟଣାମୁଖ୍ୟ ଖବର

ଭୁବନେଶ୍ୱର ରେଳ ଷ୍ଟେସନ ପରିସରରେ ଯୁବକଙ୍କୁ ପିଟିପିଟି ହତ୍ୟା

ଦୁଇଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳରୁ ଏହି ହତ୍ୟା ଘଟଣା ।

ଭୁବନେଶ୍ୱର ରେଳ ଷ୍ଟେସନ ରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା । ଦୁଇଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳରୁ ଏହି ହତ୍ୟା ଘଟଣା । ଯୁବକ ଅନ୍ୟ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ଯାହା ଜଣାପଡିଛି ଯେ, ଭୁବନେଶ୍ୱର ରେଳ ଷ୍ଟେସନର ପୁରୁଣା ଟିକେଟ କାଉଣ୍ଟର ପାଖରେ ମହମ୍ମଦ ଆଲମ ଓ ଶଙ୍କର ପାଣ୍ଡେ ନାମକ ଦୁଇଜଣ ଯୁବକ ନିଜ ନିଜ ପରିବାର ସହ ରୁହନ୍ତି। ଶନିବାର ଅପରାହ୍ନରେ କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହେଲା । କଥା ବଢିବା ପରେ ସେମାନେ ନିଜ ନିଜ ମଧ୍ୟରେ ମାରପିଟ ହୋଇଥିଲେ। ଏହି ସମୟରେ ଶଙ୍କର କୌଣସି ଏକ ମାରଣାସ୍ତ୍ରରେ ଆଲମର ଛାତିକୁ ବାରମ୍ବାର ଆଘାତ କରିବାରୁ। ଫଳରେ ଆଲମ ଘଟଣା ସ୍ଥଳରେ ପଡି ଯାଇଥିଲେ। ଏହା ଦେଖି ଆଲମର ସ୍ତ୍ରୀ ଓ ଝିଅ ଏକ ଅଟୋରିକ୍ସାରେ ଆଲମକୁ କ୍ୟାପିଟାଲ ହସ୍ପିଟାଲକୁ ନେଇ ଯାଇଥିଲେ। ମାତ୍ର ସେଠାରେ ଡାକ୍ତର ଆଲମଙ୍କୁ ମୃତ ଘୋଷଣା କରିଥଲେ। ଘଟଣା ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲରୁ ଖବର ପାଇ ଜିଆରପି ଥାନା ପୋଲିସ ତୁରନ୍ତ ଅଭିଯୁକ୍ତ ଶଙ୍କର ପାଣ୍ଡେଙ୍କୁ ଧରି ଥାନାରେ ଅଟକ ରଖି ତଦନ୍ତ କରିଛି। ସେପଟେ ଶଙ୍କରର ସ୍ତ୍ରୀ ନିଜ ପିଲାଙ୍କୁ ନେଇ ଫେରାର ହୋଇଯାଇଛି ।

Show More

Related Articles

Back to top button