Breaking PLUSଓଡ଼ିଶାମୁଖ୍ୟ ଖବର

ଜେଲ ଗଲେ ବୈପାରିଗୁଡା ଥାନା ଆଇଆଇସି

ଜୟପୁର, ୨୮ା୧୧- ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଗଲେ ବୈପାରିଗୁଡା ଥାନା ଅଧିକାରି ସୁଶାନ୍ତ ଶତପଥି । ଏନେଇ ଆଜି ଜୟପୁର ଭିଜିଲାନ୍ସ ଅଫିସରେ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀ ଏକ ସାମ୍ବାଦିକ ସମ୍ମିଳନି କରି ଦେଲେ ସୁଚନା । ସୁଚନା ଅନୁଯାଇ ଗତ କାଲି ଏକ ଘରୋଇ ବସରେ ଥାନା ଅଧିକାରି ନିଜ ଘର କଟକ ଯାଉଥିବା ବେଳେ ଜୟପୁର ଭିଜିଲାନ୍ସ ସୁଚନା ପାଇ ଟାଙ୍କୁଆ ନିକଟରେ ଚଢାଉ କରିଥିଲା । ଚଢାଉ କରି ତାଙ୍କ ବ୍ୟାଗରୁ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା । ପରେ ତାଙ୍କୁ ଭିଜିଲାନ୍ସ କାଯ୍ୟଳୟକୁ ଆଣାଯାଇ ତଦନ୍ତ କରାଯାଇଥିଲା । ପରେ ଥାନା ଅଧିକାରି ଙ୍କ ଚାମ୍ବରରୁ ୧ ଲକ୍ଷ ୮୦ ଟଙ୍କା ଓ କ୍ୱାଟରରୁ ୩ ଲକ୍ଷ ଟଙ୍କା ଠାବ କରିଥିଲା ଭିଜିଲାନ୍ସ । ଏନେଇ ଥାନା ଅଧିକାରି ଙ୍କ କଟକ ବକ୍ସି ବଜାର ସ୍ଥିତ ଘରେ ଚଢାଉ କରିଥିଲା । ବତ୍ତମାନ ସୁଦ୍ଧା ମୋଟ ୩୭ ଲକ୍ଷ ୨୭ ହଜାରରୁ ଉଦ୍ଧ ଟଙ୍କା, ବୁଲେଟ, ସ୍ଲୁଟି, କାର , ମୋବାଇଲ, ସୁନା ଗହଣା ଜବତ କରିଛି । ଏତେ ଟଙ୍କାର ହିସାବ ଦେଇ ପାରୁ ନାହାଁନ୍ତି ଥାନା ଅଧିକାରି । ବୈପାରିଗୁଡା ଥାନାରେ ସେ ୫ ମାସ ହେବ ଥାନା ଅଧିକାରି ଭାବେ ଯୋଗ ଦେଇଥିଲେ । ଥାନା ଅଧିକାରି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି , କୋର୍ଟ ଜାମିନ ନାମାଞ୍ଜୁର କରି ଜେଲ ହାଜତକୁ ପଠାଇ ଦେଇଛନ୍ତି ।

Show More

Related Articles

Back to top button