Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବେଙ୍ଗାଲୁରୁରେ ଇସ୍ରୋ ବୈଜ୍ଞାନିକଙ୍କୁ ଆକ୍ରମଣ

ବେଙ୍ଗାଲୁରୁ – ଇସ୍ରୋର ଜଣେ ବୈଜ୍ଞାନିକଙ୍କୁ ବେଙ୍ଗାଲୁରୁରେ ଆକ୍ରମଣ ଉଦ୍ୟମ ହୋଇଛି । ସେ ନିଜ କାରରେ ବେଙ୍ଗାଲୁରୁ ସ୍ଥିତ କାର୍ଯ୍ୟାଳୟକୁ ଯାଉଥିବା ବେଳେ ବିନା ହେଲମେଟ୍‌ରେ ଜଣେ ଯୁବକ ତାଙ୍କ ଗାଡି ଆଡକୁ ଅଙ୍କା ବଙ୍କା ହୋଇ ମାଡି ଆସିଥିଲେ ।

ବୈଜ୍ଞାନିକ ଜଣଙ୍କୁ ହଠାତ୍‌ ତାଙ୍କ କାରର ବ୍ରେକ୍‌ ଦେଇଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ଜଣଙ୍କ ତାଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଥିବା, ବୈଜ୍ଞାନିକ ଆଶୀଷ ଲାମ୍ବା ନିଜ ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ କରିଥିଲେ । ଏହା ସହ କାରର ଡାଶ୍‌ବୋର୍ଡ କ୍ୟାମେରାରେ ଭିଜୁଆଲ୍‌ ସେୟାର କରିଥିଲେ ।

ବେଙ୍ଗାଲୁରୁ ପୁଲିସ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ସ୍ଥାନୀୟ ଥାନାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଙ୍ଗାଲୁରୁ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାର କିଛି ଦିନ ପୂର୍ବରୁ ଅନ୍ୟ ଜଣେ ବୈଜ୍ଞାନିକଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ଖଣ୍ଡାରେ ସେମାନେ ତାଙ୍କ କାର୍‌ କାଚକୁ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ । ପୁଲିସ ଏହି ଘଟଣାର ତଦନ୍ତ କରୁଛି ।

Show More

Related Articles

Back to top button