Breaking PLUSଓଡ଼ିଶାମୁଖ୍ୟ ଖବର

ଗୋ-ଚାଲାଣକୁ ନେଇ ଭଦ୍ରକରେ ଗୋଷ୍ଠୀ ସଂଘର୍ଷ, ୩ ଜଣ ଗୁରୁତର

ବେଆଇନ୍ ଗୋ-ଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି । ଏସ୍କର୍ଟ ପାର୍ଟିର ଆକ୍ରମଣର ୩ ଜଣ ଗୋ ସୁରକ୍ଷା ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଏହି ଘଟଣା ଘଟିଛି ।

ବେଆଇନ୍ ଗୋ ଚାଲାଣ ହେଉଥିବା ଖବର ପାଇଁ ଗୋ ସୁରକ୍ଷା ସମିତିର କର୍ମକର୍ତ୍ତା ରାଣୀତାଲ ନିକଟରେ ୩ଟି କଣ୍ଟେନରକୁ ଅଟକାଇଥିଲେ । ଏତିକିବେଳେ ଏସ୍କର୍ଟ ପାର୍ଟି ଆସି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏପରିକି କଣ୍ଟେନରକୁ ବି ଛଡ଼ାଇ ନେଇଥିଲେ । ୪ରୁ ଅଧିକ ଗାଡ଼ିରେ ଆସିଥିଲେ ଏସ୍କର୍ଟ ପାର୍ଟିର ଯୁବକ । ସେମାନଙ୍କ ଆକ୍ରମଣରେ ଗୋ ସୁରକ୍ଷା ସମିତି କର୍ମକର୍ତ୍ତା ଆହତ ହୋଇଛନ୍ତି ।

ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଦୁଇଟି କଣ୍ଟେନରକୁ ଜବତ କରିଛି । ସେଥିରେ ଦୁଇ ଶହରୁ ଅଧିକ ଗୋରୁ ଥିବା ଜଣା ପଡ଼ିଛି । ଅଧିକ ଖୋଳତାଡ କରୁଛି ପୋଲିସ ।

Show More

Related Articles

Back to top button