Breaking PLUSଦେଶ ବିଦେଶମୁଖ୍ୟ ଖବର

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ୧୪ ଜଣ ଆତଙ୍କବାଦୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ହତ୍ୟା ଧମକ ଘଟଣାରେ ୧୪ ଜଣ ଆତଙ୍କବାଦୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛି ଢାକାର ଏକ ଟ୍ରାଏଲ କୋର୍ଟ । ଏହି ଆତଙ୍କବାଦୀ ମାନେ ଇସଲାମିକ୍ ଆତଙ୍କବାଦୀ ସଂଗଠନ ହରକତୁଲ ଜିହାଦ୍ ବା ଡୁଜି-ବି ର ସଦସ୍ୟ ବୋଲି କୁହାଯାଇଛି । ସେମାନେ ୨୦୦୦ ମସିହାରେ ଶେଖ୍ ହସିନାଙ୍କୁ ହତ୍ୟା ଧମକ ଦେଇଥିଲେ ।

ସୂଚନା ମୁତାବକ ୨୦୦୦ ମସିହାରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦକ୍ଷିଣ-ପଶ୍ଚିମ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବା ବେଳେ ତାଙ୍କୁ ହତ୍ୟା କରିବାକୁ ଆତଙ୍କବାଦୀମାନେ ୭୬ କିଲୋଗ୍ରାମ ଓଜନର ବମ୍ ଲଗାଇଥିଲେ । ମାତ୍ର କୌଣସି ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ମାନେ ଏହି ବମକୁ ନିଷ୍କ୍ରିୟ କରିଦେଇଥିଲେ । ଫଳରେ ଅଳ୍ପକେ ବଞ୍ଚି ଯାଇଥିଲେ ଶେଖ୍ ହସିନା । ଏନେଇ ଢାକା କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଯାହାର ଶୁଣାଣି କରି କୋର୍ଟ ଏହି ଘଟଣାରେ ସଂପୃକ୍ତ ଥିବା ୧୪ ଜଣ ଆତଙ୍କବାଦୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ରାୟ ବେଳେ କୋର୍ଟ କହିଥିଲେ କି ଏହି ମୃତ୍ୟୁଦଣ୍ଡାଦେଶ ସମାଜ ପାଇଁ ସଚେତନତା ସୃଷ୍ଟି କରିବ । ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ୧୪ ଜଣଙ୍କ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୯ ଜଣ ଗିରଫତ ହୋଇଥିବା ବେଳେ ୫ ଜଣ ଆତଙ୍କବାଦୀ ଏବେ ବି ଫେରାର୍ ଅଛନ୍ତ୍ି । ଏମାନଙ୍କୁ ଖୁବଶୀଘ୍ର ଗିରଫ୍ କରାଯାଇ ସମସ୍ତଙ୍କୁ ଦଣ୍ଡାଦେଶ ଦିଆଯିବ । କହିରଖୁ କି ବିଶ୍ୱରେ ବାଂଲାଦେଶ ଏଭଳି ଏକ ରାଷ୍ଟ୍ର ଯେଉଁଠି ଆତଙ୍କବାଦୀଙ୍କ ପାଇଁ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ବୋଲି ପରମ୍ପରା ରହିଛି ।

Show More

Related Articles

Back to top button