Breaking PLUSଓଡ଼ିଶାମୁଖ୍ୟ ଖବର

ସାନିଟାଇଜ ପାଇଁ ସପ୍ତାହରେ ଗୋଟିଏ ଦିନ ବନ୍ଦ ରହିବ ଶ୍ରୀମନ୍ଦିରର ସାଧାରଣ ଦର୍ଶନ

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ଲାଗୁ କରାଯିବ। ମାସ୍କ, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ଦିଗରେ ଧ୍ୟାନ ଦେବ ପ୍ରଶାସନ। ଶ୍ରୀମନ୍ଦିର ସାନିଟାଇଜ କରିବା ପାଇଁ ସପ୍ତାହରେ ଗୋଟିଏ ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବା ପାଇଁ ମଙ୍ଗଳବାର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ଲାଗୁ କରାଯିବ। ମାସ୍କ, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ଦିଗରେ ଧ୍ୟାନ ଦେବ ପ୍ରଶାସନ। ଶ୍ରୀମନ୍ଦିର ସାନିଟାଇଜ କରିବା ପାଇଁ ସପ୍ତାହରେ ଗୋଟିଏ ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବା ପାଇଁ ମଙ୍ଗଳବାର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ୨/୩ ଦିନ ଭିତରେ ପ୍ରଶାସନ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର କହିଛନ୍ତି। ସେହିଭଳି ଆଗକୁ ରଥଯାତ୍ରା ଥିବାରୁ ରଥ ନିର୍ମାଣରେ ନିୟୋଜିତ ଭୋଇ ଓ ମହାରଣା ସେବକଙ୍କୁ ମଧ୍ୟ ସମୟ ପୂର୍ବରୁ ଟିକାକରଣ କରାଯିବ। ଆସନ୍ତା ୨୮ ତାରିଖରେ ଦୋଳପୂର୍ଣ୍ଣିମାରେ ହେବାକୁ ଥିବା ସୁନାବେଶକୁ ଶୃଙ୍ଖଳିତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି। ନାଗାର୍ଜୁନ ଓ ସୁନାବେଶ ଲାଗି ନେଇ ହୋଇଥିବା ବିବାଦ ନେଇ ୨ ସେବାୟତ ନିଯୋଗ ସହିତ ଜିଲାପାଳ ଆଲୋଚନା କରିବା ନେଇ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ବୈଠକରେ ମେଣ୍ଡା ପୋଡ଼ି, ଦାଳପୂର୍ଣ୍ଣିମା, ସୁନାବେଶ ନୀତିକାନ୍ତିକୁ ଅନୁମୋଦନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ସୁନାବେଶ ସମୟରେ ଅଧିକ ସଂଖ୍ୟକ ପୁଷ୍ପାଳକ ରନତ୍ବେଦୀ ଉପରେ ଥିବା ହେତୁ ଭଣ୍ଡାର ମେକାପମାନେ ସୁନା ଅଳଙ୍କାର ଦେବାକୁ ମନା କରିଥିଲେ। ଏହାପରେ ବିବାଦ ଉପୁଜିଥିଲା। ନୀତି ନିର୍ଘଣ୍ଟରେ ମଧ୍ୟ ଅନେକ ବିଳମ୍ବ ହୋଇଥିଲା। ବୁଧବାର ୨ ସେବାୟତ ଗୋଷ୍ଠୀଙ୍କ ସହ ଏକାଠି ଆଲୋଚନା କରି ଜିଲାପାଳ ସମସ୍ୟାର ସମାଧାନ କରିବେ ଓ ସୁନାବେଶ ନୀତିକାନ୍ତି ଠିକ ସମୟରେ ହେବ କୁହାଯାଇଛି।

Show More

Related Articles

Back to top button