ଦେଶବ୍ୟକ୍ତିତ୍ୱମନୋରଞ୍ଜନସେଲିବ୍ରିଟି

କଳ୍ପନାର ହେଲା ଅନ୍ତ, RPକୁ ନେଇ ହେଉଥିବା ଟ୍ରୋଲର ମହାଖୁଲାସା କଲେ ଉର୍ବଶୀ

କଳ୍ପନାର ହେଲା ଅନ୍ତ । ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଅଭିନେତ୍ରୀ ଉର୍ବଶୀ ଏବଂ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କୁ ନେଇ ଟ୍ରୋଲ କରାଯାଉଥିଲା । ଯେତେବେଳେ ଉର୍ବଶୀ ତାଙ୍କର ଏକ ସାକ୍ଷାତକାରରେ ଆରପି ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିଥିଲେ । ଅନେକ ଲୋକ ତାଙ୍କୁ ଆରପି କ୍ରିକେଟର ଋଷଭ ପନ୍ତ ଭାବି କଳ୍ପନା ଜଳ୍ପନା ଆରମ୍ଭ କରିଦେଇଥିଲେ । ବର୍ତ୍ତମାନ ଏହା ଉପରୁ ନିଜେ ପରଦା ଉଠାଇଛନ୍ତି ଅଭିନେତ୍ରୀ ଉର୍ବଶୀ ।

ଉର୍ବଶୀ ହିନ୍ଦୁସ୍ତାନ ଟାଇମ୍ସ ସହ କଥାବାର୍ତ୍ତା କରି କହିଛନ୍ତି ଯେ, ଲୋକମାନେ ଏଭଳି ଜିନିଷକୁ ଭୁଲ ବ୍ୟାଖ୍ୟା କରନ୍ତି। ସେ କହିଛନ୍ତି, ‘ଆରପି ମୋର ସହ-ଅଭିନେତା ରାମ ପୋଥିନେନି। ମୁଁ ଜାଣି ନଥିଲି ଯେ ଋଷଭ ପନ୍ତ ମଧ୍ୟ ଆରପି ଭାବରେ ଜଣାଶୁଣା । ଲୋକମାନେ କେବଳ ଅନୁମାନ କରନ୍ତି ଏବଂ ଏହା ବିଷୟରେ ଲେଖନ୍ତି । ଯେଉଁମାନେ ଏହିପରି ଗୁଜବକୁ ବିଶ୍ଵାସ କରନ୍ତି, ମୁଁ କହିବି ସେମାନେ ଟିକେ ବିଶ୍ଳେଷଣ କରିବା ଆବଶ୍ୟକ । ଗୁଜବ କରନ୍ତୁ ନାହିଁ,କିମ୍ବା ଏହାକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ ।  ଏହା ବ୍ୟତୀତ ଉର୍ବଶୀ ଅନ୍ୟାନ୍ୟ ଅନେକ କଥା କହିଛନ୍ତି।

Show More

Related Articles

Back to top button