ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ଅର୍ଚ୍ଚନା ନାଗ ମାମଲା: ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଓ ବ୍ୟବସାୟୀ ପ୍ରଭାତ ରଂଜନ ପତିଙ୍କୁ ଘାଣ୍ଟୁଛି ଇଡି

ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଓ ଜମି ବ୍ୟବସାୟୀ ପ୍ରଭାତ ରଂଜନ ପତି। ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ବିଷୟରେ ଜାଣିବା ପାଇଁ ଇଡି ପ୍ରମୋଦଙ୍କୁ ଅନେକ ପ୍ରଶ୍ନ ପଚାରିବ। ସେହିପରି ଜମି କିଣାବିକା ନେଇ ପ୍ରଭାତଙ୍କୁ ଇଡି ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ କରିବ ବୋଲି ସୂଚନା ମିଳିଛି।

ପ୍ରଭାତଙ୍କଠାରୁ ଅର୍ଚ୍ଚନା-ଖଗେଶ୍ୱର ଜମି କିଣିଥିଲେ। ଜମି କିଣାବିକା କିପରି ହୋଇଥିଲା? ଜମି ବାବଦକୁ କିପରି ଅର୍ଥ କାରବାର ହୋଇଥିଲା? କେସ୍ ଦେଇ ଅର୍ଚ୍ଚନା-ଖଗେଶ୍ୱର ଜମି କିଣିଥିଲେ ନା ଅନ୍‌ଲାଇନରେ ପଇସା ଦେଇଥିଲେ? ଏ ସବୁ ଦିଗ ଉପରେ ପ୍ରଭାତଙ୍କୁ ଇଡି ଅଧିକାରୀ ପଚରାଉଚରା କରୁଛି।

ପ୍ରଭାତ ନିଜ ଜମିକୁ ବିଲଡରକୁ ଦେଇଥିଲେ। ସଂପୃକ୍ତ ବିଲଡର ଜମିକୁ ପ୍ଲଟିଂ କରିବା ପରେ ଅର୍ଚ୍ଚନା-ଖଗେଶ୍ୱର ତାଙ୍କଠାରୁ ଜମି କଣିଥିଲେ ବୋଲି ଚର୍ଚ୍ଚା ହେଉଛି। ଜମି ବିଲଡରଙ୍କର ଅର୍ଚ୍ଚନାଙ୍କର ଲିଙ୍କ୍ ଥିଲା। ଜମି କିଣାବିକା ନେଇ ବିଲଡରଙ୍କ ପାଖରେ ଅର୍ଚ୍ଚନା ଟଙ୍କା ଲଗାଇଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଅଧିକ ତଥ୍ୟ ଜାଣିବା ପାଇଁ ବିଲଡରଙ୍କୁ ଇଡି ଡାକିପାରେ ବୋଲି ସୂଚନା ମିଳିଛି।

ସେହିପରି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଆଜି ଇଡି ଅଫିସରେ ଦ୍ୱିତୀୟ ଥର ପାଇଁ ହାଜର ହୋଇଛନ୍ତି। ପ୍ରମୋଦଙ୍କୁ ଇଡି ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ନେଇ ଅନେକ ପ୍ରଶ୍ନ ପଚାରିବ ସୂଚନା ମିଳିଛି। ପ୍ରଥମ ଥର ଇଡି ପ୍ରମୋଦଙ୍କୁ ୧୨ ଘଣ୍ଟା ଜେରା କରିଥିଲା।

ପ୍ରମୋଦଙ୍କ ଜାଗମରା ସ୍ଥିତ ଘରେ ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳି ବେହେରା ଭଡ଼ାରେ ରହୁଥିଲେ। ଅର୍ଚ୍ଚନା ଉପର ମହଲାରେ ରହୁଥିବା ବେଳେ ଶ୍ରଦ୍ଧାଞ୍ଜଳି ଦ୍ୱିତୀୟ ମହଲାରେ ରହୁଥିଲେ। ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଇଡି ପୁଣି ପ୍ରମୋଦଙ୍କୁ ସମନ କରିଥିଲା।

Show More

Related Articles

Back to top button