ଓଡ଼ିଶାରାଜନୀତିସ୍ୱତନ୍ତ୍ର

୨ବର୍ଷ ମଧ୍ୟରେ ରାଜ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ୨୦ହଜାରୁ ଅଧିକ ଲୋକ

୨ବର୍ଷ ମଧ୍ୟରେ ରାଜ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ୨୦ହଜାରୁ ଅଧିକ ଲୋକ । କିନ୍ତୁ ଏହି ମୃତ୍ୟୁ ସଂଖ୍ୟା ୯୨୦୪ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦର୍ଶାଉଛି । ଏନେଇ ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ  ।

ଏହାରି ମଧ୍ୟରେ ବିରୋଧୀ ଦଳ ଦାବି କରିଛନ୍ତି ଯେ, ସରକାର କୋଭିଡଜନିତ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ଓ ଏଥିପାଇଁ ଏକ ଶ୍ୱେତପତ୍ର ଆଣନ୍ତୁ  ।

ମିଳିଥିବା ସୂଚନା ଅନୁଯାୟୀ, ବିଧାନସଭାରେ ଆଜି ବିଧାୟକ ନବ ଚରଣ ମାଝୀ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ଯୋଗୁ ୨୦୨୦ରୁ ୨୦୨୨ ମସିହା ମଧ୍ୟରେ ଏପର୍ଯ୍ୟନ୍ତ ୨୦ହଜାରରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

ନ୍ୟପକ୍ଷରେ ଗତ ଦୁଇଦିନ ତଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ ଯେ, ରାଜ୍ୟର ମୋଟ ୨୨୪ଜଣ ସରକାରୀ କର୍ମଚାରୀ କୋଭିଡରେ ପ୍ରାଣ ହରାଇଛନ୍ତି । ରାଜ୍ୟ ସରକାରଙ୍କ ୧୭ଟି ବିଭାଗରେ କାର୍ଯ୍ୟରତ ମୋଟ ୨୨୪ଜଣ କର୍ମଚାରୀଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହି କୋଭିଡ୍ ଯୋଦ୍ଧାମାନଙ୍କୁ ସରକାର ଚିହ୍ନଟ କରିଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୭୭ଜଣଙ୍କ ଜ୍ଞାତିକୁଟୁମ୍ବଙ୍କୁ ପ୍ରତିଶ୍ରୁତି ମୁତାବକ କୋଭିଡ୍ ସହାୟତା ବାବଦରେ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବାକି ୪୭ଜଣଙ୍କ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ରହିଛି ।

କରୋନାରେ ପ୍ରାଣ ହରାଇଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରେ ସର୍ବାଧିକ ଗୃହ ବିଭାଗରେ ୭୬ଜଣ, ସ୍ୱାସ୍ଥ୍ୟ ବିଭାଗରେ ୬୦ଜଣ, ପଂଚାୟତିରାଜ ବିଭାଗରେ ୨୫ଜଣ, ମହିଳା ଓ ଶିଶୁବିକାଶ ବିଭାଗରେ ୧୯ଜଣ, ନଗର ଉନ୍ନୟନ ବିଭାଗରେ ୧୬ଜଣ, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୯ଜଣ ଏଭଳି ମୋଟ ୨୨୪ଜଣ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି ।

ଆଜି କଂଗ୍ରେସ ଓ ବିଜେପିର ସଦସ୍ୟମାନେ ଏହି କୋଭିଡଜନିତ ମୃତ୍ୟୁର ସଂଖ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ସରକାର ଜାଣିଶୁଣି କୋଭିଡ୍ ମୃତ୍ୟୁ ସଂଖ୍ୟାକୁ କମ୍ ଦେଖାଉଛନ୍ତି ବୋଲି ବିଜେପି ଓ କଂଗ୍ରେସ କହିଛନ୍ତି ।

 

Show More

Related Articles

Back to top button