Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ ସହକାରୀ ଯନ୍ତ୍ରୀ ଋଷିନାଥ ବରାଳ

ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଋଷିନାଥ ବରାଳ । ଗତକାଲି ଋଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଋଷିନାଥଙ୍କ ଘର ସମେତ ଖୋର୍ଦ୍ଧା, ନୟାଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା ।

ଚଢ଼ାଉବେଳେ ଋଷିନାଥଙ୍କ ୨କୋଟି ୭୦ଲକ୍ଷ ୫ହଜାର ୪୯୬ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବାବେଳେ ଘରୁ ୩୫ହଜାର ଟଙ୍କାର ପୁରୁଣା ୫ଶହ ଟଙ୍କିଆ ନୋଟ୍ ଜବତ ହୋଇଥିଲା । ଭିଜିଲାନ୍ସର ୪ଟି ଟିମ୍ ଏହି ଚଢ଼ାଉ କରିଥିଲା । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ତିନିମହଲା କୋଠା, ଢ଼େଙ୍କାନାଳର ସଡ଼ଙ୍ଗୀଠାରେ ଗୋଟିଏ ଘର, ୯ଟି ପ୍ଲଟ, ଗୋଟିଏ ଚାରି ଚକିଆ ଗାଡ଼ି, ଗୋଟିଏ ଦୁଇ ଚକିଆ ଗାଡ଼ି, ୪୪ଲକ୍ଷ ୭୩ହଜାର ଟଙ୍କାର ବ୍ୟାଙ୍କ ଡ଼ିପୋଜିଟ୍, ୯ଲକ୍ଷ ଟଙ୍କାର ସୁନା ଗହଣା, ୧ଲକ୍ଷ ୩୦ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ।

ତାଙ୍କ ମୋଟ ସମ୍ପତିର ମୂଲ୍ୟ ୨କୋଟି ୫୧ଲକ୍ଷ ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଛି । ଭୁବନେଶ୍ୱର ଭିଜିଲାନ୍ସ ବିଭାଗର ୪ଜଣ ଡିଏସପିଙ୍କ ନେତୃତ୍ୱରେ ୮ଜଣ ଇନ୍ସପେକ୍ଟର ଓ ଭିଜିଲାନ୍ସ ବିଭାଗର କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।

Show More

Related Articles

Back to top button