Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ସଂକ୍ଷିପ୍ତ ସମ୍ବାଦ

୧. ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ମଧ୍ୟରେ ଥିବା ଜମି ଆବଣ୍ଟନ ଓ ଅନ୍ୟାନ୍ୟ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଉଭୟ ରାଜ୍ୟ ସରକାର ରାଜି ହୋଇଛନ୍ତି । ଏହା ସହିତ ପରସ୍ପର ବିରୋଧରେ ଥିବା କୋର୍ଟ ମାମଲାଗୁଡ଼ିକର ପ୍ରତ୍ୟାହାର ପାଇଁ ଦୁଇ ରାଜ୍ୟ ରାଜି ହୋଇଛନ୍ତି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୂଚନା ଦେଇଛନ୍ତି ।

୨. ଆହୁରି ଖସିବ ପେଟ୍ରୋଲ, ଡିଜେଲ ଦର: ଲୋକଙ୍କ ସମସ୍ୟାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କାର ଉତ୍ପାଦ ଟିକସ କମ୍‌ କରିଛନ୍ତି ।

୩. ହିନ୍ଦୁସ୍ତାନ ଜିଙ୍କ ଲିମିଟେଡର ସରକାରୀ ଅଂଶଧନ ବିକ୍ରି ମାମଲାରେ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।

୪. କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: ଶତାବ୍ଦୀର ଦୀର୍ଘତମ ଆଶିଂକ ଚନ୍ଦ୍ର ଗ୍ରହଣ ଆଜି ସଂଗଠିତ ହୋଇଛି । ଭାରତୀୟ ସମୟ ସକାଳ ୧୧ଟା ୩୨ରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହିତ ଗ୍ରହଣ ଆରମ୍ଭ ହୋଇଥିଲା ।

୫. ଭାରତର ନିଜର ହେବ କ୍ରିଫ୍ଟୋ କରେନ୍ସୀ ! RBI ଆଗାମୀ ବର୍ଷ ଆଣିପାରନ୍ତି ଡିଜିଟାଲ ମୁଦ୍ରା ।

୬. ରାଜ୍ୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ସମସ୍ତ ପିଲାଙ୍କ ନିମନ୍ତେ ଚଳିତମାସ ୨୬ରୁ ୨୯ତାରିଖ ପର୍ଯ୍ୟନ୍ତ ପରୀକ୍ଷା (ସମିଟିଭ୍ ଆସେସମେଣ୍ଟ-୧)କରାଇବା ପାଇଁ ଓଡ଼ିଶା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନର ସମ୍ପାଦକ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିମନ୍ତେ ଗାଇଡଲାଇନ୍ ଜାରି କରିଛନ୍ତି ।

୭. ଗର୍ଭ ଗୃହ ମୁଖର କର୍କଟ ରୋଗକୁ ଦୂର କରିବା ପ୍ରକ୍ରିୟାରେ ଏମ୍‌ସ ଭୁବନେଶ୍ୱରର ସକ୍ରିୟ ସହଭାଗିତା, ବିପିଏଲ ଶ୍ରେଣୀର ମହିଳାଙ୍କୁ ଏମ୍‌ସ ଭୁବନେଶ୍ୱରରେ ମାଗଣା ସ୍କ୍ରିନିଂ ।

୮. ସର୍ବସାଧାରଣ ଏବଂ ଖୋଲା ସ୍ଥାନରେ ନମାଜ ପାଠ ଉପରେ ଆପତ୍ତି ଉଠାଇବା ପରେ ଗୁରୁଗ୍ରାମର ସଦର ବଜାରର ଗୁରୁଦ୍ୱାର ଆସୋସିଏସନ ମୁସଲିମ ସମ୍ପ୍ରଦାୟକୁ ନିଜ ପରିସରରେ ଆଜି ପ୍ରାର୍ଥନା କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି ।

୯. ୨୦୨୫ ସୁଦ୍ଧା ଯମୁନାକୁ ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରି ଏହାକୁ ସ୍ନାନ ଯୋଗ୍ୟ କରିବାପାଇଁ ଦିଲ୍ଲୀ ସରକାରଙ୍କ ପ୍ରୟାସ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏହି ସୂଚନା ଦେଇଛନ୍ତି ।

୧୦. ହେମା ମାଳିନୀ-ପ୍ରସୂନ ଯୋଶୀଙ୍କୁ ‘ପର୍ସନାଲିଟି ଅଫ ଦ ଇୟର’ ଆୱାର୍ଡ: IFFI ରେ କରାଯିବ ସମ୍ମାନିତ, ସୂଚନା ଦେଲେ ଅନୁରାଗ ଠାକୁର ।

୧୧. ସାମ୍ନାକୁ ଆସିଲା ଚୀନର ମନମାନୀ: ଅରୁଣାଚଳ ପ୍ରଦେଶରେ ଗାଁ ବସାଇବା ନେଇ ସାଟେଲାଇଟ୍ ଇମେଜରେ କଏଦ ହେଲା ଦୃଶ୍ୟ ।

୧୨. ମାଲକାନଗିରିର ମଡେଲ ସ୍କୁଲ: ଭର୍ଚୁଆଲ ମୋଡରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

୧୩. ୩ କୃଷି ଆଇନ ପ୍ରତ୍ୟାହାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

୧୪. ମୁମ୍ବାଇ ଠାରେ ଆସନ୍ତା୨୪ତାରିଖରେ ସୋନି ଚ୍ୟାନେଲରେ ଆୟୋଜିତ ସର୍ବ ଭାରତୀୟସ୍ତରିୟ ଇଣ୍ଡିଆ ଗଟ ଟ୍ୟାଲେଟଂ, ପ୍ରତିଯୋଗୀତାରେ ମାଲକାନଗିରି ଜିଲ୍ଲାର ୧୨ଜଣ ବଣ୍ଡା,କୋୟା, ପରଜା,କନ୍ଧ ଆଦିବାସୀ ସଂପ୍ରଦାୟର ଛାତ୍ର ମାନେ ଭାଗ ନେଉଛନ୍ତି ।

୧୫. ଦ୍ୱିତୀୟ କୋଣାର୍କ ମନ୍ଦିରକୁ ନେଇ ବିବାଦ : ସରକାରଙ୍କ ବିନା ଅନୁମତିରେ ଚାଲିଛି ନିର୍ମାଣ କାର୍ଯ୍ୟ ।

୧୬. ନୂଆଦିଲ୍ଲୀ: ଅନଲାଇନ୍‌ ନୁହେଁ, ଅଫଲାଇନ୍‌ରେ ହେବ ସିବିଏସ୍ଇର ଟର୍ମ-୧ ବୋର୍ଡ ପରୀକ୍ଷା । ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଅନଲାଇନରେ ଟର୍ମ-୧ ବୋର୍ଡ ପରୀକ୍ଷା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ସମୟ ଗଡ଼ିଯାଇଥିବାରୁ ଆବେଦନ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ଗୋଳିଆଘଣ୍ଟା ନକରିବାକୁ ଆବେଦନକାରୀଙ୍କୁ ତାଗିଦ କରାଯାଇଛି ।

୧୭. ଯୁକ୍ତ ୩ ପ୍ରଥମ ବର୍ଷ ନାମ ଲେଖାର ୨ୟ ପର୍ଯ୍ୟାୟ ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି: ନଭେମ୍ବର ୨୩ରୁ କରିପାରିବେ ଆବେଦନ ।

Show More

Related Articles

Back to top button