ଓଡ଼ିଶା

ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ(ସୁନା ବେଶ)

ଆଜି ଶ୍ରୀମନ୍ଦିରରେ ସ୍ୱର୍ଣ୍ଣ ଅଳଙ୍କାର ମାନରେ ସୁସଜ୍ଜିତ ହୋଇଛନ୍ତି ତିନି ଦିଅଁ । ପବିତ୍ର ପଞ୍ଚକର ଶେଷ ଦିନରେ ଆଜି ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହୋଇଯାଇଛି । ଏହାକୁ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ବୋଲି ମଧ୍ୟ କୁହାଯାଏ ।

ତେବେ ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ସୁନା ବେଶ ସଂପର୍କିତ କିଛି ତଥ୍ୟ:

ଦିଅଁମାନେ ବର୍ଷ ମଧ୍ୟରେ ପାଞ୍ଚଥର ସୁନାବେଶରେ ସଜ୍ଜିତ ହୁଅନ୍ତି; ଯଥା-ଦଶହରା,କାର୍ତ୍ତିକ ପୂର୍ଣ୍ଣମୀ,ପୌଷ ପୂର୍ଣ୍ଣମୀ,ଦୋଳ ପୂର୍ଣ୍ଣମୀ ଓ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ।ଗୁଣ୍ଡିଚା ଯାତ୍ରାରେ ଦିଅଁମାନେ ରଥରେ ଥିବା ସମୟରେ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶକୁ ‘ବଡ଼ ତଢାଉ ବେଶ’ କୁହାଯାଏ ।

ଅନ୍ୟ ଚାରିଗୋଟି ସୁନାବେଶ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ହୁଏ । ଏହାକୁ ‘ରାଜ ରାଜେଶ୍ୱର ବେଶ’ ବା ସୁନାବେଶ କୁହାଯାଏ ।
କାର୍ତ୍ତିକ ପୂର୍ଣ୍ଣମୀ ଦିନ ଦିଅଁମାନଙ୍କର ଅବକାଶ ନୀତି ପରେ ସୁନାବେଶ ହୋଇଥାଏ । ସିଂହାରୀ ଓ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଜୀଉମାନଙ୍କୁ ରାଜରାଜେଶ୍ୱର ବେଶରେ ଭୂଷିତ କରିଥାଆନ୍ତି ।

ସୁନାବେଶରେ ବ୍ୟବହୃତ ରତ୍ନ ଅଳଙ୍କାର ତାଲିକା-
୧.ଶ୍ରୀଭୁଜ–ମୂ ୪. ୨.କିରୀଟ–ମୂ୩ ୩.ଶ୍ରୀପୟର ମୂ୪.୪. କାନ–ମୂ୬. ୫.ଓଡ଼ିଆଣୀ–ମୂ୩. ୬.ଚନ୍ଦ୍ରସୂର୍ଯ୍ୟ ମୂ୬. ୭.କୁଣ୍ଡଳ–ମୂ୪. ୮.ଚିତା–୨. ୯.ଚନ୍ଦ୍ରିକା–୨. ୧୦.ଘାଗଡ଼ାମାଳି–ମୂ୩(୨୩,୨୨,୧୯).୧୧.କଦମ୍ବମାଳି–ମୂ୪(୩୨,୩୨,୪୦,୪୧). ୧୨.ହରିଡା କଦମ୍ବ ମାଳି–୧(୩୮କଦମ୍ବ+୩୮ହରିଡା).ଜଗନ୍ନାଥ. ୧୩.ବାହାଡାମାଳି–ମୂ୨(୩୨,୩୦). ୧୪.ତାବିଜମାଳି–ମୂ୧(୭୫). ୧୫.ବାଘନଖି ମାଳି–ମୂ୧(୩୩). ୧୬.ସେବତୀମାଳି–ମୂ୩(୩୨,୬୦,୬୨). ୧୭.ହଳ ମୂଷଳ–ମୂ୨. ୧୮.ଚକ୍ର–ମୂ୧ ୧୯.ତ୍ରିଶାଖା–ମୂ୨. ୨୦.ଅଳକା–ମୂ୩(୧୬,୧୪,୧୨). ୨୧.ଶ୍ରୀମୁଖପଦ୍ମ–ମୂ୪(୧୯,୨୧,୨୬,୨୭). ୨୨.ରୂପା ଶଙ୍ଖ–ମୂ୧. ୨୩.ତଡ଼ଗି–ମୂ୨।

ଉକ୍ତ ବେଶରେ ବଲ୍ଲଭ,ସକାଳ ଧୂପ,ଭୋଗମଣ୍ଡପ ନୀତି ଶେଷ ହେବା ପରେ ସର୍ବସାଧାରଣ ଉଦ୍ଦେଶ୍ୟରେ ସାହାଣମେଲା ହୋଇଥାଏ । ହଜାର ହଜାର ଶ୍ରଦ୍ଧାଳୁ ଏହି ମନମୁଗ୍ଧକର ବେଶ ଦର୍ଶନ କରି ପୁଣ୍ୟ ଅର୍ଜ୍ଜନ କରିଥାଆନ୍ତି ।

Show More

Related Articles

Back to top button