Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ମମିତା ମେହେର ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୀତି ନୈତିକତା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ପ୍ରାୟୋଜିତ କୋର୍ଟ କଥାକୁ ନେଇ ବି ପ୍ରଶ୍ନ କରିଛନ୍ତି ସେ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଏଭଳି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି, ପୀଡ଼ିତାଙ୍କ ବାପା, ମାଙ୍କୁ ଆଣି ପ୍ରାୟୋଜିତ ମାମଲା କରାଯାଇଛି, ପୀଡ଼ିତାଙ୍କ ବାପା, ମାଙ୍କର ୧୬୪ ବୟାନ ରେକର୍ଡ କରାଯାଇନି,ଏଭଳି ସ୍ଥିତିରେ ସେମାନଙ୍କ ଉପରେ ଚାପ ପକାଇ କେସ୍ କରାଯାଇଛି । ମାମଲାର ଚାର୍ଜସିଟ୍ ହୋଇ ନ ଥିବା ବେଳେ ତ୍ୱରିତ ଶୁଣାଣି ପାଇଁ ଅପିଲ କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ଗଣମାଧ୍ୟମ ଯେଉଁ ସବୁ କଥାକୁ ଆଗକୁ ଆଣିଥିଲା ସେଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଆସିଲା । କିନ୍ତୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ । ପୁଲିସ ଅଧିକାରୀ ଓ ଅନ୍ୟ ଅଧିକାରୀମାନେ ଗୁଇନ୍ଦାଗିରି କରୁଛନ୍ତି ।

ଗତ ୨୨ ବର୍ଷ ଶାସନରେ ଯେଉଁ ମୁଖ୍ୟମନ୍ତ୍ରୀ ନୈତିକତାର ଦ୍ୱାହି ଦେଉଥିଲେ, ନୈତିକତା ଆଧାରରେ ଆପଣ ବି ଅନେକ ମନ୍ତ୍ରୀଙ୍କୁ ବିଦା କରିଥିଲେ । ଅତି ପ୍ରିୟଲୋକ ପାଇଁ କଣ ନୈତିକତା ଅଲଗା ହେଇଗଲା? ରାବଣ ଦୁର୍ଯ୍ୟୋଧନ ପରି ଅହଙ୍କାର ରହିଛି ମୁଖ୍ୟମନ୍ତ୍ରୀଙ୍କର । ଏତେ ଅହଙ୍କାର ଭଲ ନୁହେଁ ବୋଲି ଚେତାଇ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥାର ସ୍ଥିତି ନେଇ ବି ସେ ପ୍ରଶ୍ନ କରିଛନ୍ତି । ଲାଲବାହାଦୁର ଶାସ୍ତ୍ରୀ ରେଳ ଦୁର୍ଘଟଣା ପାଇଁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ । ଲାଲକୃଷ୍ଣ ଆଡ଼ଭାନୀ ମଧ୍ୟ ଇସ୍ତଫା ଦେଇଥିଲେ । ଅଟଳ ବିହାରୀ ବାଜପେୟୀଙ୍କୁ କିଏ ଆଠଗଡ଼ ନେଇ ଯାଇଥିଲେ ବୋଲି ବି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଲମ୍ବା ଲାଇନ ଟାଣିଛନ୍ତି । ଦେଶବାସୀଙ୍କୁ ଭୁଲ ମାଗିଛନ୍ତି । ମୋଦୀଙ୍କ କାର୍ଯ୍ୟକାଳ ସମୟରେ ସର୍ବାଧିକ ଧାନ, ଗହମ କିଣାଯାଇଛି । ୯ କୋଟି ଚାଷୀଙ୍କୁ ୬ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନା ସମୟରେ ବି ସହାୟତା ଦେଇଛନ୍ତି କେନ୍ଦ୍ର ସରକାର ।

Show More

Related Articles

Back to top button