Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଏସୀୟ କ୍ରୀଡାରେ ଭାରତୀୟ ପୁରୁଷ ହକି ଟିମକୁ ସ୍ୱର୍ଣ୍ଣ

ହାଙ୍ଗଝୋ- ଏସୀୟ କ୍ରୀଡାରେ ଭାରତୀୟ ପୁରୁଷ ହକି ଟିମର ବାଜିମାତ୍ । ଫାଇନାଲରେ ଜାପାନକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତୀୟ ଟିମ୍ । ଶୁକ୍ରବାର ଦିନ ଭାରତୀୟ ପୁରୁଷ ହକି ଟିମ୍ ଜାପାନକୁ 5-1 ରେ ପରାସ୍ତ କରିଛି । ଏସୀୟ କ୍ରୀଡାରେ ଏହା ଭାରତର 22ତମ ସ୍ୱର୍ଣ୍ଣ ପଦକ । ଭାରତ ପକ୍ଷରୁ କ୍ୟାପଟେନ ହରମନପ୍ରୀତ ସିଂହ ଦୁଇଟି (32 ମିନିଟ୍, 59 ମିନିଟ), ମନପ୍ରୀତ ସିଂହ (25 ମିନିଟ), ଅମିତ ରୋହିଦାସ (36ମିନିଟ) ଓ ଅଭିଷେକ (48 ମିନିଟ)ରେ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ ।
ମ୍ୟାଚ ଆରମ୍ଭରୁ ଉଭୟ ଟିମ୍ ରକ୍ଷାତ୍ମକ ଖେଳିଥିଲେ । ଫଳରେ ପ୍ରଥମ କ୍ୱାର୍ଟର ବିନା ଗୋଲରେ ହିଁ ସରିଥିଲା । ଦ୍ୱିତୀୟ କ୍ଟାର୍ଟରରେ ମ୍ୟାଚର ପ୍ରଥମ ଗୋଲ୍ 25 ମିନିଟରେ କରିଥିଲେ ମନପ୍ରୀତ ସିଂହ । ବ୍ରେକ ଯାଏ ଭାରତ 1-0 ଗୋଲରେ ଆଗୁଆ ଥିଲା ।
ବ୍ରେକ ପରେ ଭାରତୀୟ ଟିମ୍ ଆକ୍ରାତ୍ମକ ଖେଳ ଆପଣାଇ ମ୍ୟାଚର 32 ମିନିଟରେ ଭାରତୀୟ ଟିମକୁ ପେନାଲଟି କର୍ଣ୍ଣର ମିଳିଥିଲା, ଏଥିରେ ହରମନପ୍ରୀତି ସିଂହ ଗୋଲ କରି ଭାରତକୁ 2-0ର ଅଗ୍ରଣୀ ଦେଇଥିଲେ । ମ୍ୟାଚର 36 ମିନିଟରେ ଅମିତ ରୋହିଦାସ ଏକ ସୁନ୍ଦର ଗୋଲ୍ କରି ମ୍ୟାଚକୁ 3-0ରେ ଆଗେଇ ନେଇଥିଲେ । ମ୍ୟାଚରେ 48 ମିନିଟରେ ହାର୍ଦ୍ଦିକ ସିଂହଙ୍କ ପାସ ପରେ ଅଭିଷେକ ଭାରତକୁ ଚତୁର୍ଥ ଗୋଲ ପ୍ରଦାନ କରିଥିଲେ । 51 ମିନିଟରେ ଜାପାନକୁ ପେନାଲଟି କର୍ଣ୍ଣର ମିଳିଥିଲା ଏବଂ ଜାପାନର ତନାକା ସେରେନ ଗୋଟିଏ ଗୋଲ୍ କରିଥିଲେ ।
ତେବେ ମ୍ୟାଚ ଶେଷ ହେବାର କିଛି ସମୟ ପୂର୍ବରୁ ଭାରତକୁ ଆଉ ଏକ ପେନାଲଟି କର୍ଣ୍ଣର ମିଳିଥିଲା । ଆଉ ଏଥର ହରମନପ୍ରୀତି ସିଂହ ନିଜର ଦ୍ୱିତୀୟ ଓ ଭାରତ ପାଇଁ ପଞ୍ଚମ ଗୋଲ୍ କରିଥିଲେ । ଏବଂ ଭାରତର ସ୍କୋର 5-1ରେ ପହଞ୍ଚିଥିଲା । ଏହି ସ୍କୋର ଭାରତ ପାଇଁ ନିର୍ଣ୍ଣାୟକ ଥିଲା । ଏହି ବିଜୟ ସହ ଭାରତୀୟ ହକି ଟିମ୍ କେବଳ ସ୍ୱର୍ଣ୍ଣ ପଦକ ନୁହେଁ ପ୍ୟାରିସ ଅଲମ୍ପିକ 2024 ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି ।

Show More

Related Articles

Back to top button