Breaking PLUSଦେଶମୁଖ୍ୟ ଖବର

ଟାୟାର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା, ଜଳିଯାଇଥିବା କଙ୍କାଳ ଉଦ୍ଧାର

ଅଶୋକନଗର- ଅଶୋକନଗର ବାଇପାସ ରାସ୍ତା ଉପରେ ଥିବା ଟାୟାର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା । ରବିବାର ତୃତୀୟ ଦିନରେ ଅଗ୍ନିକାଣ୍ଡ ବିଲ୍ଡିଂରୁ ଜଳିଯାଇଥିବା ଏକ କଙ୍କାଳ ଉଦ୍ଧାର ହୋଇଛି । କଙ୍କାଳ ନିକଟରୁ ଜଳିଯାଇଥିବା ଚଷମା ଫ୍ରେମ, ମୋବାଇଲ ଓ ବେଲ୍ଟର କିଛି ଅଂଶ ମିଳିଛି । କଙ୍କାଳ ମିଳିଥିବା ନେଇ ପୋଲିସ ସୂଚନା ପ୍ରଦାନ କରିଛି । ମାତ୍ର କଙ୍କାଳଟି କାହାର ସେ ନେଇ କୌଣସି ସୂଚନା ପୋଲିସ ପକ୍ଷରୁ ଦିଆଯାଇନାହିଁ । ତଦନ୍ତ ପରେ କଙ୍କାଳ କାହାର ଜଣାପଡିବ ବୋଲି ପୋଲିସ କହିଛି ।
ଏଠାରେ ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ବାଇପାସରେ ରୋଡରେ ଥିବା ଆନନ୍ଦ ଟାୟାର ଫାକ୍ଟ୍ରିରେ ହଠାତ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଲିଭାଇବାକୁ ପ୍ରାୟ 24 ଘଣ୍ଟା ଲାଗିଥିଲା । ଫ୍ୟାକ୍ଟ୍ରିକୁ ଲାଗିକରି ଥିବା ଏକ ଘରୋଇ ହସ୍ପିଟାଲକୁ ମଧ୍ୟ ବ୍ୟାପିଯାଇଥିଲା ନିଆଁ ।

Show More

Related Articles

Back to top button