Breaking PLUSଦେଶମୁଖ୍ୟ ଖବର

ନବରାତ୍ରୀ ପୂଜା ପାଇଁ ଘଟ ସ୍ଥାପନା କଲେ ଯୋଗୀ ଆଦିତ୍ୟନାଥ

ଗୋରଖପୁର-ରବିବାର ପବିତ୍ର ନବରାତ୍ରୀ ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟ ସ୍ଥାପନା କରିଛନ୍ତି । ଏହା ସହିତ ଗୋରକ୍ଷନାଥ ତପୋଭୂମିରେ ଥିବା ଗୋରଖନାଥ ମନ୍ଦିରରେ ଶାରଦୀୟ ନବରାତ୍ରୀ ଅବସରରେ ଆୟୋଜିତ ହୋଇଥିବା ମାଆ ଆଦିଶକ୍ତିଙ୍କ ପାରମ୍ପରିକ ପୂଜାର ଶୁଭାରମ୍ଭ ହୋଇଛି । ନବରାତ୍ରୀର ପ୍ରଥମ ଦିନରେ ଯୋଗୀ ଆଦିତ୍ୟନାଥ ମନ୍ଦିର ପରିସରରେ ଥିବା ନିଜ ବାସଭବନର ଶକ୍ତିପୀଠରେ ସନ୍ଧ୍ୟା 5ଟା ବେଳେ କଳସ ସ୍ଥାପନା କରିଛନ୍ତି । ମାଆ ଭାଗବତୀଙ୍କ ପ୍ରଥମ ସ୍ୱରୂପ ଶୈଳପୁତ୍ରୀଙ୍କ ଆରାଧନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଗୋରଖନାଥ ମନ୍ଦିରରେ ବିଜୟାଦଶମୀ ମହୋତ୍ସବର ଶୁଭାରମ୍ଭ ହୋଇଛି ।

Show More

Related Articles

Back to top button