Breaking PLUSଦେଶବଲିଉଡମୁଖ୍ୟ ଖବର

ଆଜିବି ଜେଲରେ ରାତି କାଟିବେ ଆର୍ୟନ

ଆଜି ବି ଜେଲରୁ ମୁକୁଳି ପାରିବେନି ଆର୍ୟନ ଖାନ । ଗତକାଲି ବମ୍ବେ ହାଇକୋର୍ଟ ଜାମିନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜି ଜେଲରେ ପହଞ୍ଚି ପାରିଲାନି ବେଲ୍ ଅର୍ଡର । ନିୟମ ଅନୁସାରେ ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ଜେଲରେ ଅର୍ଡର ରିଲିଜ କପି ପହଞ୍ଚିବାର ଥିଲା । ମାତ୍ର ତାହା ସଠିକ ସମୟରେ ପହଞ୍ଚି ପାରିନଥିବାରୁ ଆସନ୍ତାକାଲି ଜେଲ୍‌ରୁ ବାହାରିବେ ଆର୍ୟନ ।

ଆଜି ବମ୍ବେ ହାଇକୋର୍ଟ ଜାମିନ ସର୍ତ୍ତ ଆଧାରରେ ୧ ଲକ୍ଷ ଟଙ୍କାର ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି । ଏହାସହିତ ସର୍ତ୍ତ ରହିଛି ଯେ ଅନ୍ୟ ଅଭିଯୁକ୍ତଙ୍କ ସହ ଯୋଗାଯୋଗ ରଖିବେନି ଆର୍ୟନ । ଜାମିନରେ ଥିବା ବେଳେ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିବେନି ଆର୍ୟନ । ପ୍ରତି ଶୁକ୍ରବାର ସକାଳ ୧୧ରୁ ୨ଟା ମଧ୍ୟରେ ମୁମ୍ବାଇ ଏନସିବି ଅଫିସରେ ହାଜର ହେବେ ।

ଆଗୁଆ ଅନୁମତି ନଦେଇ ଦେଶ ଛାଡିପାରିବେ ନାହିଁ । ସ୍ୱତନ୍ତ୍ର କୋର୍ଟରେ ପାସପୋର୍ଟ ଦାଖଲ କରିବେ । ସେହିପରି ମାମଲା ବିଷୟରେ ମିଡିଆ ଆଗରେ କୌଣସି ପ୍ରତିକ୍ରିୟା ରଖିବେ ନାହିଁ । ମୁମ୍ବାଇ ବାହାରକୁ ଗଲେ ତଦନ୍ତକାରୀ ଅଫିସରେ ଜଣାଇବା ସହ ଯାତ୍ରା ସମ୍ପର୍କରେ ତଥ୍ୟ ଦାଖଲ କରିବେ ।

Show More

Related Articles

Back to top button