Breaking PLUSଓଡ଼ିଶାମୁଖ୍ୟ ଖବର

କୋଟିଆରେ ୧୪୪ ଧାରା : ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ଆନ୍ଧ୍ର ହାଇକୋର୍ଟ ପଞ୍ଚାୟତ ନିର୍ବାଚନ ଏବଂ ଜିଲ୍ଲା ପରିଷଦ ନିର୍ବାଚନ ନିମନ୍ତେ ସବୁଜ ସଂକେତ ଦେଇଛନ୍ତି। ଏହାପରେ କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜରେ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା।

ଆନ୍ଧ୍ର ହାଇକୋର୍ଟ ପଞ୍ଚାୟତ ନିର୍ବାଚନ ଏବଂ ଜିଲ୍ଲା ପରିଷଦ ନିର୍ବାଚନ ନିମନ୍ତେ ସବୁଜ ସଂକେତ ଦେଇଛନ୍ତି। ଏହାପରେ କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜରେ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା। ଗୋଟିଏ ପଟେ ଆନ୍ଧ୍ର ପ୍ରଶାସନ ନିର୍ବାଚନ ପାଇଁ ସଜବାଜ ହେଉଥିବା ବେଳେ ଅନ୍ୟପଟେ କୋରାପୁଟ ଜିଲ୍ଲା ପ୍ରଶାସନ ଆଜି ଲାଗୁ କରିଛି ୧୪୪ ଧାରା। ଆସନ୍ତାକାଲି ସଂଧ୍ୟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଯାହାକି ପୂରା ନିର୍ବାଚନ ପ୍ରକ୍ରିୟାକୁ ରୋଚକ ମୋଡ ଦେଇଛି। ପରିସ୍ଥିତି ମୁହାଁମୁହିଁ ହେଲା ଭଳି ସୃଷ୍ଟି ହୋଇଛି। କୋଟିଆ ଗ୍ରାମପୁଞ୍ଜର ୨୨ ଗାଁରେ ଧାରା ୧୪୪ ଲାଗୁ କରିଛି ପ୍ରଶାସନ । ତେବେ ୧୪୪ ଧାରା ସତ୍ତ୍ୱେ ଆନ୍ଧ୍ରର ମଣ୍ଡଳ ଓ ଜିଲ୍ଲା ପରିଷଦ ଭୋଟିଂରେ ଭାଗ ନେଇଛନ୍ତି କୋଟିଆ ବାସିନ୍ଦା । ଆନ୍ଧ୍ର ପଟେ ଭୋଟ ଦେବାକୁ ଯାଉଥିବା ବେଳେ ନେରେଡିବାଲସା ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି ।

ପୋଲିସ ଓ ଗ୍ରାମବାସୀ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତା, କଥା କଟାକଟି ହୋଇଛି । ଧାରା ୧୪୪ ଉଲ୍ଲଂଘନ ସତ୍ତ୍ୱେ ନୀରବଦ୍ରଷ୍ଟା ସାଜିଛନ୍ତି ସ୍ଥାନୀୟ ପ୍ରଶାସନିକ ଅଧିକାରୀ । ସେପଟେ ନିର୍ବାଚନ ସଫଳ କରିବାକୁ ଆନ୍ଧ୍ରର ନିର୍ବାଚନ ଅଧିକାରୀ ଓ ପୋଲିସ ମଧ୍ୟ ଉପସ୍ଥିତ ଅଛନ୍ତି । ନିର୍ବାଚନକୁ ପ୍ରତିହତ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି । ୨୨ଗାଁ ପାଇଁ ୨୨ଜଣ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି । ଏହି ୨୨ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Show More

Related Articles

Back to top button