Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ସୁଧୁରୁଛି ବିଶ୍ୱର ଅର୍ଥନୀତି – ଆଇଏମଏଫ

ସମଗ୍ର ବିଶ୍ୱର ଆର୍ଥିକ ପରିସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ବିଶ୍ୱ ଯେଉଁଭଳି ସାଂଘାତିକ ମାନ୍ଦା ଅବସ୍ଥାର ସମ୍ମୁଖୀନ ହେଉଥିଲା, ସେଥିରେ ଉନ୍ନତି ପରିଲକ୍ଷିତ ହେଉଛି। ଏକଥା କହିଛନ୍ତି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏଭା

ସମଗ୍ର ବିଶ୍ୱର ଆର୍ଥିକ ପରିସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ବିଶ୍ୱ ଯେଉଁଭଳି ସାଂଘାତିକ ମାନ୍ଦା ଅବସ୍ଥାର ସମ୍ମୁଖୀନ ହେଉଥିଲା, ସେଥିରେ ଉନ୍ନତି ପରିଲକ୍ଷିତ ହେଉଛି। ଏକଥା କହିଛନ୍ତି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏଭା। ଚଳିତ ବର୍ଷ ବିଶ୍ୱର ଅର୍ଥନୈତିକ ଅଭିବୃଦ୍ଧି ହାର ୬% ହେବାନେଇ ଆକଳନ କରିବାର ଦିନକ ପରେ କ୍ରିଷ୍ଟାଲିନା କହିଛନ୍ତି, ଏବେ ସ୍ଥିତିରେ ସୁଧାର ଘଟୁଛି। ସ୍ଥିତିରେ ଅଧିକ ଉନ୍ନତି ଘଟିବା ସମ୍ଭାବନା ଉଜ୍ଜ୍ୱଳ ମନେହେଉଛି। କାରଣ କୋଟି କୋଟି ସଂଖ୍ୟାରେ ଲୋକ କୋଭିଡ ଟିକାକରଣ ଦ୍ୱାରା ଉପକୃତ ହେଉଛନ୍ତି ଏବଂ ତାହାସହିତ ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ପକ୍ଷରୁ ନୀତିଗତ ସମର୍ଥନ ଯୋଗାଇ ଦିଆଯାଉଛି।
ସେ କହିଛନ୍ତି, ଗତବର୍ଷକ ମଧ୍ୟରେ ବିଶ୍ୱସ୍ତରରେ ଯେଉଁଭଳି ଅନନ୍ୟ ଏବଂ ସମ୍ମିଳିତ ପ୍ରୟାସ କରାଯାଇଛି, ତାହାର ସୁଫଳ ପରିଲକ୍ଷିତ ହେଉଛି। ସରକାରଙ୍କର ବିନା ନୀତିଗତ ସମର୍ଥନ, ଆର୍ଥିକ ପଦକ୍ଷେପ ଏବଂ କୋଭିଡ ନିୟନ୍ତ୍ରଣ ପ୍ର୍ରୟାସ ବ୍ୟତୀତ ଏହା ସମ୍ଭବ ହୋଇପାରିନଥାନ୍ତା ଏବଂ ପରିସ୍ଥିତି ପୂର୍ବାପେକ୍ଷା ତିନିଗୁଣ ଅଧିକ ଖରାପ ଆଡକୁ ଗତିକରୁଥାନ୍ତା। କହିବାକୁ ଗଲେ ବିଶ୍ୱ ଏକ ଭୟଙ୍କର ମାନ୍ଦା ଅବସ୍ଥାକୁ ଚାଲିଯାଇଥାନ୍ତା।

Show More

Related Articles

Back to top button