Breaking PLUSଦେଶମୁଖ୍ୟ ଖବର

ବିହାରର ଗୟାରେ ସେନା ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

ପାଟଣା- ବିହାରର ଗୟାରେ ସେନାର ମାଇକ୍ରୋ ଏୟାରକ୍ରାଫ୍ଟ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏୟାରକ୍ରାଫ୍ଟଟି ଗୟା ଅଫିସର୍ସ ଟ୍ରେନିଂ ଏକାଡେମୀରୁ ଉଡାଣ ଭରିଥିଲା । ଯେଉଁଥିରେ ହଠାତ୍ ଟେକ୍ନିକାଲ ତ୍ରୁଟି ଆସିଥିଲା ଏବଂ ଏହା କ୍ଷେତରେ ଖସିପଡିଥିଲା । ଏୟାରକ୍ରାଫ୍ଟରେ ଥିବା ମହିଳା ପ୍ରଶିକ୍ଷୁ ଓ ଟ୍ରେନର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି । ଘଟଣା ବୋଧଗୟାର କଂଚନପୁର ଗାଁରେ ଘଟିଛି ।
ଗୟା ଓଟିଏରୁ ରୁଟିନ୍ ଟ୍ରେନିଂ ସମୟରେ ଏୟାରକ୍ରାଫ୍ଟ ଉଡିଥିଲା, କିନ୍ତୁ ହଠାତ୍ ଟେକ୍ନିକାଲ ସମସ୍ୟା ଦେଖାଦେଇଥିଲା ଏବଂ ଏହା ଭାରସାମ୍ୟ ହରାଇ କ୍ଷେତକୁ ଖସିପଡିଥିଲା । ଏହାପରେ ଗ୍ରାମାବସୀଙ୍କ ମଧ୍ୟରେ ଚହଳ ପଡିଯାଇଥିଲା । ବହୁ ସଂଖ୍ୟାରେ ଲୋକ ଏଠାରେ ଭିଡ ଜମାଇଥିଲେ । ଗ୍ରାମବାସୀ ଦୁଇ ପାଇଲଟଙ୍କୁ ବାହାରକୁ ବାହର କରିଥିଲେ । ଏୟାରକ୍ରାଫ୍ଟରେ ଥିବା ଦୁଇଜଣ ପାଇଲଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି ।

Show More

Related Articles

Back to top button