Breaking PLUSଦେଶ ବିଦେଶମୁଖ୍ୟ ଖବର

ମିଳିତ ଜାତିସଂଘ ରିପୋର୍ଟରେ ଦାବି, ଅକ୍ଟୋବର 7ରେ ଇସ୍ରାଏଲ ଉପରେ ଆକ୍ରମଣ ସମୟରେ ହମାସ କରିଥିଲା ଦୁଷ୍କର୍ମ

ମିଳିତ ଜାତିସଂଘ- ଇସ୍ରାଏଲ ଉପରେ ହମାସ ଆକ୍ରମଣକୁ ନେଇ ମିଳିତ ଜାତିସଂଘ ରିପୋର୍ଟରେ ଆଶ୍ଚର୍ଯ୍ୟ କରିଦେବା ଭଳି ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ କୁହାଯାଇଛି ଯେ, ଆକ୍ରମଣ ବେଳେ କେବଳ ଦୁଷ୍କର୍ମ କରିନି ଗାଜା ନିଆଯାଇଥିବା ବନ୍ଧକଙ୍କୁ ମଧ୍ୟ ଦୁଷ୍କର୍ମ କରିଛି ହମାସ । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ ହମାସ ଆକ୍ରମଣକାରୀଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।
ଗତବର୍ଷ ଅକ୍ଟୋବର 7 ତାରିଖରେ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ନେଇ ମିଳିତ ଜାତିସଂଘର ତାଜା ରିପୋର୍ଟରେ ଏହି ଦାବି କରାଯାଇଛି ଯେ, ଆକ୍ରମଣ ସମୟରେ ଓ ବନ୍ଧକଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଠୋସ୍ ତଥ୍ୟ ମିଳିଛି । ମିଳିତ ଜାତିସଂଘର ବିଶେଷ ପ୍ରତିନିଧି ପ୍ରମିଳା ପେଟନ ଫେବୃୟାରୀ ପ୍ରାରମ୍ଭରେ ଅଢେଇ ସପ୍ତାହ ପାଇଁ ଇସ୍ରାଏଲ ଓ ୱେଷ୍ଟବ୍ୟାଙ୍କ ଗସ୍ତ କରିଥିଲେ । ଏହି ଟିମକୁ ଏଭଳି ଅନେକ ଆଧାର ମିଳିଛି ଯାହାକି ଆକ୍ରମଣ ସମୟରେ ଓ ବନ୍ଧକଙ୍କୁ ସାମୁହିକ ଦୁଷ୍କର୍ମ କରାଯାଇଥିବା ନେଇ ନିଶ୍ଚିତ କରିଛି ।

Show More

Related Articles

Back to top button