ଉଜ୍ୱଳ ତ୍ୱଚା ପାଇଁ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଏହି ପ୍ୟାକ୍

ଉଜ୍ୱଳ ତ୍ୱଚା କିଏ ନଚାହେଁ । ସେ ପୁଅ ହେଉ କି ଝିଅ ,ସମସ୍ତେ ଚାହାଁନ୍ତି ଚମକଦାର ତ୍ୱଚା । ତେବେ ଏପଣ ଯଦି ନିଜ ତ୍ୱଚାକୁ ସୁନ୍ଦର କରିବାକୁ ଚାହୁଁଛନ୍ତି,ତେବେ ନିଜ ଫେସରେ କଞ୍ଚା କ୍ଷୀର ବ୍ୟବହାର କରନ୍ତୁ । ଏହାଦ୍ୱାରା ତ୍ୱଚାର ଅନେକ ସମସ୍ୟା ଦୂର ହୋଇପାରିବ।
ଯଦି ମହିଳାମାନେ ଦାଗହୀନ ଚେହେରା ପାଇବାକୁ ଚାହୁଁଛନ୍ତି, ତ ରାତିରେ ଶୋଇବା ପୂର୍ବରୁ ତ୍ୱଚାରେ କଞ୍ଚା କ୍ଷୀର ଲଗାନ୍ତୁ।
-କଞ୍ଚା କ୍ଷୀର ଚେହେରାରେ ଲଗାଇବା ଦ୍ୱାରା ଟ୍ୟାନିଂ ସମସ୍ୟା ଦୂର ହୋଇଥାଏ। କହି ରଖୁଛୁ, କଞ୍ଚା କ୍ଷୀରରେ ଏମିତି ପୋଷକ ତତ୍ତ୍ୱ ରହିଛି, ଯାହା ଖରା ଯୋଗୁ ଚେହେରାରେ ସୃଷ୍ଟି ହେଉଥିବା ଚିହ୍ନ, ଦାଗ ଆଦିକୁ ହ୍ରାସ କରିବାରେ ସାହାଯ୍ୟ କରି ପାରିବ।
-ଆପଣ କଞ୍ଚା କ୍ଷୀରରେ ଅମୃତଭଣ୍ଡା ରସ ମିଶାଇ ମଧ୍ୟ ନିଜ ତ୍ୱଚାରେ ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖି ପାରିବେ।
-ରାତିରେ ଶୋଇବା ପୂର୍ବରୁ ନିଜ ତ୍ୱଚାରେ କଞ୍ଚା କ୍ଷୀର ବ୍ୟବହାର କରନ୍ତୁ। ଏହାଦ୍ୱାରା ତ୍ୱଚା ମଇଶ୍ଚରାଇଜ୍ ହୋଇଥାଏ। ଏମିତିରେ ଆପଣ ସାରା ରାତି ମୁହଁରେ କଞ୍ଚା କ୍ଷୀର ଲଗାଇ ଶୋଇ ପାରିବେ ଏବଂ ପରଦିନ ଏହାକୁ ସଫା କରି ପାରିବେ।
-କଞ୍ଚା କ୍ଷୀରରେ ବ୍ଲିଚିଂ ପ୍ରପର୍ଟି ମଧ୍ୟ ମିଳିଥାଏ, ଯାହା ଚେହେରାକୁ ଗୋରା କରିବାରେ ସାହାଯ୍ୟ କରିଥାଏ। ଏମିତିରେ ଆପଣ ଲେମ୍ବୁ ରସରେ କଞ୍ଚା କ୍ଷୀର ମିଶାଇ ନିଜ ତ୍ୱଚାରେ ଲଗାଇ ପାରିବେ। ଏହି ମିଶ୍ରଣରେ ମହୁ ବି ବ୍ୟବହାର କରି ପାରିବେ।
-ରାତିରେ ଶୋଇବା ପୂର୍ବରୁ ଯଦି କଞ୍ଚା କ୍ଷୀର ବ୍ୟବହାର କରିବେ, ତା’ ହେଲେ ବ୍ରଣ ସମସ୍ୟାରୁ ମଧ୍ୟ ଛୁଟକାରା ମିଳି ପାରିବ। ତେଣୁ ବ୍ରଣ ହୋଇଥିବା ସ୍ଥାନରେ କଞ୍ଚା କ୍ଷୀର ଲଗାନ୍ତୁ ଏବଂ ପରଦିନ ଏହାକୁ ଧୋଇ ଦିଅନ୍ତୁ।