Breaking PLUSଦେଶମୁଖ୍ୟ ଖବର

ରାଜୌରୀ ଗୁଳି ବିନିମୟର ଦ୍ୱିତୀୟ ଦିନରେ ଆଉ ଜଣେ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

ରାଜୌରୀ, 23 ନଭେମ୍ବର – ରାଜୌରୀ ଜିଲ୍ଲାର କାଲାକୋଟର ବାଜିମଲ ଜଙ୍ଗଲରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏହି ଗୁଳି ବିନିମୟରେ ଏବେ ସୁଦ୍ଧା 2ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ 5ଜଣ ସେନା କର୍ମଚାରୀ ସହିଦ ହୋଇଛନ୍ତି । ଆଜି ଗୁଳିବିନିମୟ ସମୟରେ ଜଣେ ଯବାନ ସହିଦ ହୋଇଛନ୍ତି ।

ବୁଧବାର ଦିନ ଗୁଳି ବିନିମୟ ସମୟରେ 2ଜଣ ସେନା ଅଧିକାରୀ ଓ 2ଜଣ ଯବାନ ସହିଦ ହୋଇଥିଲେ । ଆଜି ପୁଣି ଯବାନ ସହିଦ ହୋଇଛନ୍ତି ।

Show More

Related Articles

Back to top button