Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ୪୦,୦୮୮ଜଣ ଦାଦନ

ଭୁବନେଶ୍ୱର, 23 ନଭେମ୍ବର – ସରକାରୀ ଖାତାରେ ଦାଦନ ସଂଖ୍ୟା ୪୦ ହଜାର ୮୮। ବିଧାନସଭାରେ ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ଶ୍ରମ ମନ୍ତ୍ରୀ। ରାଜ୍ୟରୁ ୪୦ ହଜାର ୮୮ ଜଣ ଶ୍ରମିକ ଅନ୍ୟ ରାଜ୍ୟରେ କାମ କରିବାକୁ ଯାଇଛନ୍ତି। ଲାଇସେନ୍ସ ପ୍ରାପ୍ତ ୬୨୬ ଜଣ ଠିକାଦାର ଜରିଆରେ ଏହି ଶ୍ରମିକ ମାନେ ବାହାରକୁ ଯାଇଛନ୍ତି। ରାଜ୍ୟରେ ସର୍ବାଧିକ ୨୬ହଜାର ୧୫୧ ଦାଦନ ବଲାଙ୍ଗୀର ଜିଲ୍ଲାରେ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ୧୪୬୭ ଜଣ ଦାଦନ ବାହାର ରାଜ୍ୟକୁ ଯାଇଛନ୍ତି। ସେହିପରି ନୂଆପଡାରେ ୮୨୦୫ ଦାଦନ ଅଛନ୍ତି । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ।

Show More

Related Articles

Back to top button