Breaking PLUSଖେଳଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଏସୀୟ କ୍ରୀଡା- ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ

ଏସୀୟ କ୍ରୀଡ଼ାର ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ । ସାତ୍ତ୍ୱିକ ସାଇରାଜ-ଚିରାଗ ସେଟ୍ଟୀ ଯୋଡ଼ିଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । କୋରିଆ ପ୍ରତିଦ୍ବନ୍ଦ୍ବୀକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଏହି ଯୋଡି ।

ଏହି ଯୋଡି କମନୱେଲଥ ଗେମ୍ସରେ ସ୍ବର୍ଣ୍ଣ ଏବଂ ଗତ ବର୍ଷ ବିଶ୍ୱ ଚାମ୍ପିଅନସିପରେ ବ୍ରୋଞ୍ଜ ଜିତିଥିଲେ। ବର୍ତ୍ତମାନ ଦୁହେଁ ଏସିଆନ ଗେମ୍ସରେ ମଧ୍ୟ ଇତିହାସ ସୃଷ୍ଟି କରିଛନ୍ତି।

ଭାରତୀୟ ଯୋଡି କୋରିଆର କିମ ୱଙ୍ଗ ଏବଂ ଚୋଇ ସୋଲଙ୍କ କୋରିଆ ଯୋଡିଙ୍କୁ ୨୧-୧୮ ଏବଂ ୨୧-୧୬ ସେଟରେ ପରାସ୍ତ କରିଛନ୍ତିସ୍‌। ଏସୀୟ ଖେଳ ଇତିହାସରେ ବ୍ୟାଡମିଣ୍ଟନରେ ଏହା ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ। ଏହାପୂର୍ବରୁ ଭାରତ ଏକକ, ଡବଲ୍ସ, ବ୍ୟକ୍ତିଗତ କିମ୍ବା ଦଳ ଇଭେଣ୍ଟରେ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତି ନ ଥିଲା।

Show More

Related Articles

Back to top button