ଦେଶସ୍ୱତନ୍ତ୍ର

ପୁଣି ବିହାରରେ ସାମ୍ନାକୁ ଆସିଲା ମଦମୃତ୍ୟୁ ମାମଲା,ବିଷାକ୍ତ ମଦ ପିଇ ୧୨ଜଣଙ୍କ ମୃତ୍ୟୁ

ପୁଣି ବିହାରରେ ସାମ୍ନାକୁ ଆସିଲା ମଦମୃତ୍ୟୁ ମାମଲା । ବିଷାକ୍ତ ମଦ ପିଇ ବିହାର ସୀମାବର୍ତ୍ତି ଇସୁଆପୁର ଅଞ୍ଚଳରେ ୧୨ଜଣଙ୍କ ମୃତ୍ୟୁ ଅଭିଯୋଗ । ଅନ୍ୟପଟେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ଲୋକଙ୍କ ଜୀବନ ଯାଇଥିବା କୁହାଯାଉଛି । ଏନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଛପରାରେ ବିଷାକ୍ତ ମଦ ପିଇ କିଛି ଲୋକ ଅସୁସ୍ଥ ହୋଇପଡ଼ିଥିଲେ । ୨୪ ଘଣ୍ଟା ମଧ୍ୟରେ ଜଣକ ପରେ ଜଣଙ୍କର ଜୀବନ ଯାଇଥିଲା । ଇସୁଆପୁରର ଦୋଝଲା ଗାଁରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହୁସେପୁରରେ ୪ଜଣ ପ୍ରାଣ ହରାଇଛନ୍ତି । ସେହିପରି ଲାଲ ଟୋଲାରେ ଜଣଙ୍କର ଜୀବନ ଯାଇଥିବା କୁହାଯାଉଛି ।

 

Show More

Related Articles

Back to top button