ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ବିଶ୍ୱ ଧନୀ ତାଲିକାର ୧ନଂ ସ୍ଥାନ ଦଖଲ କଲେ ବେର୍ନାର୍ଡ ଆରନଲ୍ଟ , ୨ନଂ ସ୍ଥାନକୁ ଖସିଲେ ଏଲନ ମସ୍କ

ୱାଶିଂଟନ: ଟେସଲା କମ୍ପାନୀର ମାଲିକ ଏଲନ ମସ୍କ ଆଉ ଦେଶର ୧ନଂ ଧନୀ ନୁହନ୍ତି। ତାଙ୍କ ସମ୍ପତ୍ତି ଏବେ ହ୍ରାସ ପାଇବା ଆରମ୍ଭ ହୋଇଛି। ସେ ଦୀର୍ଘବର୍ଷ ହେଲାଣି ବିଶ୍ୱର ୧ନଂ ଧନୀ ଥିଲେ। ହେଲେ ଏବେ ତାଙ୍କୁ ୨ନଂ ସ୍ଥାନକୁ ଖସିବାକୁ ପଡ଼ିଛି। ସେ ୨ନଂ କୁ ଖସିବାରୁ ଫ୍ରାନ୍ସ କୋଟିପତି ତଥା ଏଲଭିଏମଚ୍‌ର ମାଲିକ ବେର୍ନାର୍ଡ ଆରନଲ୍ଟ ୧ନଂ ସ୍ଥାନ ଦଖଲ କରିଛନ୍ତି।

ଏକଦା ୩୪୦ ବିଲିୟନ ଡଲାରର ମାଲିକ ଥିବା ମସ୍କ ଚଳିତ ବର୍ଷ ୧୦୦ ବିଲିୟନରୁ ଅଧିକ ଡଲାରର କ୍ଷତି ସହିଛନ୍ତି। ବିଶେଷ କରି ଟ୍ୱିଟରକୁ କିଣିବା ପରେ ତାଙ୍କ ସମ୍ପତ୍ତି ହ୍ରାସ ପାଇବାରେ ଲାଗିଛି। ସେହିପରି ସେ ଟ୍ୱିଟର ଉପରେ ବେଶୀ ଫୋକସ କରୁଥିବାରୁ ଟେସଲାର ଶେୟାର ମୂଲ୍ୟ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏହାର ଫାଇଦା ଆରନଲ୍ଟ ଉଠାଇଛନ୍ତି। ଏଲଭିଏମଚ୍‌ର ଶେୟାର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି।

ସେହିପରି ଆମାଜନର ମୁଖ୍ୟ ଜେଫ ବୋଜେସ ଓ ବିଲ ଗେଟ୍ସଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୧୬ ବିଲିୟନ ଡଲାର। ଭାରତର ଅନ୍ୟତମ ଶିଳ୍ପପତି ମୁକେଶ ଅମ୍ବାନୀ ମୋଟ ୮୯.୭ ବିଲୟନ ଡଲାର ସହ ୯ମ ସ୍ଥାନରେ ଅଛନ୍ତି। ଭାରତ ଶିବ ନାଦର ୪୯ତମ ସ୍ଥାନରେ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୪.୭ ବିଲିୟନ ଡଲାର।

ଅକ୍ଟୋବର ମାସରେ ମସ୍କ ଟ୍ୱିଟରକୁ କିଣିବା ପରେ ଏହା ଉପରେ ଅତ୍ୟଧିକ ହସ୍ତକ୍ଷେପ ନିବେଶକାରୀଙ୍କୁ ଚିନ୍ତାରେ ପକାଇଛି। ମସ୍କ ନିବେଶକଙ୍କୁ କହିଥିଲେ ଯେ ଅସ୍ଥାୟୀ ଭାବେ ସେ ଟ୍ୱିଟରର ନେତୃତ୍ୱ ନେଉଛନ୍ତି। ଖୁବଶୀଘ୍ର ସେ କମ୍ପାନୀର ନୂଆ ସିଇଓ ନିଯୁକ୍ତ କରି ଟେସଲା ଉପରେ ଫୋକସ କରିବେ। ହେଲେ ସେମିତି କିଛି ଘଟଣା ଘଟୁ ନଥିବାରୁ ଟେସଲାର ଶେୟାର ମୂଲ୍ୟ ହ୍ରାସ ପାଇବା ଆରମ୍ଭ ହୋଇଛି।

Show More

Related Articles

Back to top button