ଖେଳଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଟିମ ଇଣ୍ଡିଆକୁ ପୁଣି ଏକ ଝଟକା,ମହମ୍ମଦ ଶାମୀଙ୍କ ପରେ ବାଦ ପଡିଲେ ଏହି କ୍ରିକେଟର

ଟିମ ଇଣ୍ଡିଆକୁ ପୁଣି ଏକ ଝଟକା । କରୋନା ଆକ୍ରାନ୍ତ ହୋଇ ଷ୍ଟାର ବୋଲର ମହମ୍ମଦ ଶାମୀ ବାଦ ପଡିଥିବା ବେଳେ ଏବେ ନବଦୀପ ସୈନୀ ଆହତ ହୋଇ ଇଣ୍ଡିଆ ଏ’ ଟିମରୁ ବାଦ ପଡିଛନ୍ତି । ଏଥିସହିତ ନର୍ଥ ଏବଂହ ସାଉଥ ଜୋନ ମଧ୍ୟରେ ଚାଲିଥିବା ଦୁଲୀପ ଟ୍ରଫି ସେମି ଫାଇନାଲରୁ ମଧ୍ୟ ବାଦ ପଡିଛନ୍ତି ନବଦୀପ । ଏ ନେଇ ସୂଚନା ଦେଇଛି ବିସିସିଆଇ ।

ବିସିସିଆଇର ସୂଚନା ଅନୁସାରେ, ନର୍ଥ ଏବଂ ସାଉଥ ଜୋନ ମଧ୍ୟ ଚାଲିଥିବା ଦୁଲୀପ ଟ୍ରଫିର ସେମି ଫାଇନାଲର ପ୍ରଥମ ଦିନରେ ଆହତ ହୋଇଛନ୍ତି । ଗ୍ରୋଇନ ଇଞ୍ଜୁରୀ ଯୋଗୁଁ ଏବେ ଏହି ମ୍ୟାଚରୁ ବାଦ ପଡିଛନ୍ତି ନବଦୀପ ସୈନୀ । ସାଉଥ ଜୋନ ବିପକ୍ଷ ମ୍ୟାଚର ପ୍ରଥମ ପାଳିରେ ସେ ମାତ୍ର ୧୧.୨ ଓଭର ବୋଲିଂ କରିଥିଲେ । କିନ୍ତୁ ଆହତ ହୋଇ ପରେ ପଡିଆରୁ ବାହାର ହୋଇଛନ୍ତି ନବଦୀପ । ତେଣୁ ଏହି ମ୍ୟାଚ ସହିତ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରୁ ମଧ୍ୟ ବାଦ ପଡିଛନ୍ତିି ।

ତେବେ ବିଶ୍ବକପକୁ ନେଇ ସମଗ୍ର ଭାରତ ଆଶାବାଦୀ ଥିବାବେଳେ ପ୍ରଥମେ ମହମ୍ମଦ ଶାମୀ ଏବଂ ପରେ ନବଦୀପ ସୈନୀଙ୍କ ଆହତ ଭାରତ ପାଇଁ ବଡ ସମସ୍ୟା ସୃଷ୍ଟି କରିଛି ।

Show More

Related Articles

Back to top button