ମନୋରଞ୍ଜନ

ବଏଫ୍ରେଣ୍ଡ୍ ବିକି ଜୈନଙ୍କ ସହ ଶୀଘ୍ର ବିବାହ କରିବେ ଅଙ୍କିତା

ସୁଶାନ୍ତଙ୍କୁ ନେଇ କହିଲେ ଏପରି କଥା

ଟିଭିରୁ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିବା ଅଙ୍କିତା ଲୋଖଣ୍ଡେ ଆଜିକାଲି ତାଙ୍କ ରିଲେସନସିପକୁ ନେଇ ଚର୍ଚ୍ଚାରେ। ସେ ସୋସିଆଲ ମିଡିଆରେ ପ୍ରତିଦିନ ତାଙ୍କ ବଏଫ୍ରେଣ୍ଡ୍ ବିକି ଜୈନଙ୍କ ସହ ଫଟୋ ଏବଂ ଭିଡିଓ ସେୟାର କରିଥା’ନ୍ତି । ତେବେ ବିକି ଜୈନଙ୍କ ପୂର୍ବରୁ ଅଙ୍କିତା ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ରିଲେସନସିପରେ ଥିଲେ। ଏଥି ସହିତ ଅଙ୍କିତା ସୁଶାନ୍ତଙ୍କୁ ତାଙ୍କର ପ୍ରିୟ କୋ-ଷ୍ଟାର ବୋଲି ବର୍ଣ୍ଣନା କରିଛନ୍ତି।ଏକ ଇଣ୍ଟରଭ୍ୟୁରେ ଅଙ୍କିତା କହିଛନ୍ତି, ସୁଶାନ୍ତ ସିଂ ରାଜପୁତ ମୋର ପ୍ରିୟ କୋ-ଷ୍ଟାର ଥିଲେ। ଉଲ୍ଲେଖନୀୟ କଥା ହେଉଛି, ଅଙ୍କିତା ଏବଂ ସୁଶାନ୍ତ ପରସ୍ପରକୁ ୬ ବର୍ଷ ପର୍ଯ୍ୟନ୍ତ ଡେଟ କରିଥିଲେ ଯାହା ପରେ ଦୁହେଁ ଅଲଗା ହୋଇଯାଇଥିଲେ । କିନ୍ତୁ ବର୍ତ୍ତମାନ ସୁଶାନ୍ତ ସିଂ ଆଉ ଏହି ଦୁନିଆରେ ନାହାଁନ୍ତି। ଗତ ବର୍ଷ ଜୁନରେ ତାଙ୍କର ଦେହାନ୍ତ ହୋଇଥିଲା।

ସୁଶାନ୍ତଙ୍କଠାରୁ ଦୂରରେ ରହିବା ପରେ ଅଙ୍କିତାଙ୍କ ଜୀବନରେ ବିକି ଜୈନ ଆସିଥିଲେ। ପ୍ରେମ ବିଷୟରେ ଅଭିନେତ୍ରୀ କହିଛନ୍ତି, ‘ମୋତେ ସବୁଠାରେ ପ୍ରେମ ଆବଶ୍ୟକ। ମୁଁ ଯେଉଁଆଡେ ଯାଏ, ଯାହା ବି କରେ, ମୋ ପାଇଁ ପ୍ରେମ ରହିବା ଆବଶ୍ୟକ, ମୋ ପାଇଁ ପ୍ରେମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ବିକି ଜୈନଙ୍କ ସହ ବିବାହ ବିଷୟରେ ଅଙ୍କିତା କହିଛନ୍ତି, ‘ବିବାହ ଏକ ସୁନ୍ଦର ମୁହୂର୍ତ୍ତ। ମୋର ବିବାହ ପାଇଁ ମୁଁ ବହୁତ ଉତ୍ସାହିତ ଅଛି ଯାହା ଶୀଘ୍ର ହେବାକୁ ଯାଉଛି । ‘ ଅଙ୍କିତା କହିଛନ୍ତି ଯେ ସେ ଜୟପୁର ଏବଂ ଯୋଧପୁରର ରାଜସ୍ଥାନୀ ବିବାହକୁ ପସନ୍ଦ କରନ୍ତି। ଏହା ସହ ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସେ ବିବାହ ପାଇଁ କୌଣସି ଯୋଜନା କରିନାହାଁନ୍ତି।

Show More

Related Articles

Back to top button